ଭୁବନେଶ୍ବର: ‘ଫନି’ ବାତ୍ୟାର ଦୁଇମାସ ପରେ ବି ବିଜୁଳି ପହଞ୍ଚିପାରିଲା ନାହିଁ। ସ୍କୁଲ ଘର, ଡାକ୍ତରଖାନା ବିପର୍ଯ୍ୟସ୍ତ େହାଇ ପଡିଛି। େଯଉଁମାନଙ୍କର ଘର ଭାଙ୍ଗିଛି, ସରକାରଙ୍କ ଘରଭଙ୍ଗା ସହାୟତା ତାଲିକାରେ ସେମାନଙ୍କର ନାଁ ନାହିଁ। ଯେଉଁମାନଙ୍କର ଆଂଶିକ ଭାଙ୍ଗିଛି, ସେମାନେ ସମ୍ପୂର୍ଣ୍ଣ ଘରଭଙ୍ଗା ଅର୍ଥ ପାଇବେ। ଛାତ ଘର ଥିବା େଲାକଙ୍କର ନାଁ ବି ଏ ତାଲିକାରେ ରହିଛି। ୬୦ରୁ ୭୦% ଜାଲି। ବର୍ଷା ଆସିଲାଣି, େସମାନେ ମୁଣ୍ଡ ଗୁଞ୍ଜିବେ କେମିତି। ନଡିଆ ଗଛ ଚାଷୀଙ୍କୁ କ୍ଷତି ପୂରଣ ମିଳିବ ନାହିଁ? ସାମୁଦ୍ରିକ ଘୂର୍ଣ୍ଣଝଡ ‘ଫନି’ ପର ମୁକାବିଲାରେ ରାଜ୍ୟ ସରକାରଙ୍କର ଏଭଳି ବିଫଳତାର ଅଭିଯୋଗ ଆଣି ଏମିତି ଭାବେ ଏକାଠି ହୋଇ ଆଜି ଦଳମତ ନିର୍ବିେଶଷରେ ବିଧାୟକମାନେ ଅସନ୍ତୋଷ ଝାଡିଥିଲେ। କଂଗ୍ରେସ ବିଧାୟକମାନେ ସିଧାସଳଖ ସରକାରଙ୍କୁ ସମାେଲାଚନା କରି କହିଥିଲେ, ଶସ୍ତା ପ୍ରଚାର ବନ୍ଦ କର। ଗରିବ େଲାକଙ୍କ କାମ କର। ବିରାଟ ଆନ୍ଦୋଳନ ତେଜିବ। ନବୀନ ବାବୁ ସମ୍ଭାଳିପାରିବେ ନାହିଁ।
ଅନ୍ୟପକ୍ଷରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ‘ଫନି’ ପୂର୍ବ ଓ ପରବର୍ତୀ ପରିସ୍ଥିତିରେ କରିଥିବା ସମସ୍ତ କାମର ତାଲିକା ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୁଜୁରାଟ ସରକାରଙ୍କ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ କରିଥିବା ପ୍ରଶଂସା, ଅନୁକରଣ ସଂପର୍କରେ ଗୃହକୁ ଅବଗତ କରିଥିଲେ। କହିଥିଲେ, ଯଦି କୌଣସି ତ୍ରୁଟି ବିଚ୍ୟୁତି ଅଛି, ତେବେ ଜଣାଇଲେ, ସରକାର ନିଶ୍ଚିତ ପଦକ୍ଷେପ େନବେ। ‘ନିକଟ ଅତୀତରେ େହାଇଥିବା ବାତ୍ୟା ଫନିର ପୁନରୁଦ୍ଧାର ଓ ଥଇଥାନ କରିବାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ େହାଇଛନ୍ତି।’ ଏ ସଂପର୍କରେ ବିେରାଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଜି ପାଖାପାଖି ଦୁଇଘଣ୍ଟାରୁ ଅଧିକ ସମୟ ଧରି ବିତର୍କ େହାଇଥିଲା।
ଅବ୍ୟବସ୍ଥାର ତାଲିକା ରଖିଲେ ବିଧାୟକ
ସରକାର ନେଇଥିବା ପଦକ୍ଷେପ କଥା କହିଲେ ମନ୍ତ୍ରୀ
େମାଦୀ, ଗୁଜୁରାଟ ପ୍ରଶଂସା କରୁଛନ୍ତି: ବିଜେଡି
ବିେରାଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, ରାଜ୍ୟ ସରକାର ବାତ୍ୟାର ସ୍ଥାୟୀ ମୁକାବିଲା କରିବା ଭଳି ପଦକ୍ଷେପ ନେବାରେ ବିଫଳ େହାଇଛନ୍ତି। େଗାଟିଏ ସମୟରେ ଟଙ୍କା କଣ ଗଛରେ ଫଳେ େବାଲି ଜଣେ ପ୍ରଧାନମନ୍ତ୍ରୀ କହିଥିଲେ। ଏବେ ଜଣେ ପ୍ରଧାନମନ୍ତ୍ରୀ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଓ ସହାୟତା େଘାଷଣା କରିଛନ୍ତି। କିନ୍ତୁ ନୂଆ ମନ୍ତ୍ରୀ ଥରୁଟିଏ ବାତ୍ୟା ପ୍ରଭାବିତ ଅଞ୍ଚଳ ଦେଖିଲେଣି? ସରକାର ୧୫ଲକ୍ଷ େଲାକ ସ୍ଥାନାନ୍ତରିତ େହାଇଥିବା କହିଛନ୍ତି। ଏହା ଅନୁସନ୍ଧାନ ଅପେକ୍ଷା କରୁଛି। କାରଣ,ବିଦ୍ୟାଳୟ ଘର ଭାଙ୍ଗିଛି, ବାତ୍ୟା ଆଶ୍ରୟସ୍ଥଳ କେତେ ଅତି ଆମେ ଜାଣିଛନ୍ତି। ଏତେ େଲାକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ କେତେ ସମୟ ଲାଗିଲା, କେଉଁ ରନ୍ଧା ଖାଦ୍ୟ ଦେଲେ, କେଉଁ ଜାଗାରେ ରଖିଲେ? ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବେନି କଣ ବିପର୍ଯ୍ୟୟ ବେଳେ ଗାଳି ଦେଇଥାନ୍ତେ ବୋଲି ଶ୍ରୀ ସେଠୀ ପଚାରିଥିଲେ।
ଶ୍ରୀ ସେଠୀ କହିଥିଲେ, ବାତ୍ୟା ପରେ ଜୀବନ ବିପର୍ଯ୍ୟୟ ଓ ଜୀବିକା ବାଟବଣା େହାଇଯାଇଛି। ରାୟଗଡ ପଞ୍ଚାୟତ ବୟାନ କରୁଛି, ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା କେମିତି େହାଇଛି। ବିଦ୍ୟୁତ ଖୁଣ୍ଟ େପାତାଯାଉଛି,ତା ତଳେ କଂକ୍ରିଟ ଦିଆଯାଉନାହିଁ। ଗୁଜରାଟରେ ବାରମ୍ବାର ବାତ୍ୟା େହଉଛି, ସେଠି ତ ଏତେ ଖୁଣ୍ଟ ଭାଙ୍ଗୁନାହିଁ। ଥଇଥାନରେ ସରକାରଙ୍କ ବିଫଳତା ସଂପର୍କରେ ତାଲିକା ରଖିଥିଲେ ଶ୍ରୀ ସେଠୀ। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆେଲାଚନାରେ ଭାଗ େନଇଥିଲେ। ଶ୍ରୀ ଷଡଙ୍ଗୀ କହିଥିଲେ, ଲୋକେ ସରକାରଙ୍କ ସହାୟତା ରାଶି ପାଇବାରୁ ବଞ୍ଚିତ େହାଇଛନ୍ତି। ଆଜ ବି ଲମ୍ବା ଧାଡି ଲାଗି ରହୁଛି। ରାଜସ୍ବ ନିରୀକ୍ଷକ ଫଟୋ ଉଠାଇ ଆଣିଲେ, ତାଲିକାରେ ନାଁ ନାହିଁ। ପୂରା ଭାଙ୍ଗିଥିବା େଲାକଙ୍କର ବି। ଆଂଶିକ ଭାଙ୍ଗିଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଘର ଭାଙ୍ଗିଛି େବାଲି େଦଖାଯାଇଛି। ଏବେ ବର୍ଷା ଆସିଲାଣି। େଲାକେ ନଡିଆ ଚାଞ୍ଚ ଟାଙ୍ଗି ରହିଛନ୍ତି। କିଛି େଲାକ ସ୍କୁଲରେ ରହୁଥିଲେ, ଏବେ ସାରମାନେ କହୁଛନ୍ତି, ପାଠପଢା ହେବ, ଘର ଛାଡ। ସେମାନେ କହୁଛନ୍ତି, ଘର େହାଇନି ଯିବୁନି।
ଶ୍ରୀ ଷଡଙ୍ଗୀ କହିଥିଲେ, ଗତ ଚାରି ବର୍ଷ ହେଲାଣି ସରକାର ନଳକୂପ ଖନନ ବନ୍ଦ କରି ଦେଇଛନ୍ତି। ଏବେ େଯତେବେଳେ ବିଦ୍ୟୁତ ସଂଯୋଗ ବନ୍ଦ େହାଇଗଲା, େଲାକେ ପାଣି କେମିତି ପାଇବେ? ତୁରନ୍ତ ନଳକୂପ ଖନନ କରାଯାଉ। ରାଜ୍ୟ ସରକାର ୯୪% ଅଞ୍ଚଳରେ ବିଦ୍ୟୁତକରଣ କଥା କହୁଛନ୍ତି। ସହରର ପାଖ ଗାଁରେ ବି ବିଦ୍ୟୁତ ନାହିଁ। ଅନ୍ୟ ଅଞ୍ଚଳ କଥା ଦୂରେ ଥାଉ। ଘର ଭଙ୍ଗା ତାଲିକାରେ ହୋଇଥିବା ଅବ୍ୟବସ୍ଥା ସଂପର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଥିଲେ, ଏ ତାଲିକା ପୂରା ଭୁଲ୍। ସରକାର ସାନି ସର୍ଭେ କରାନ୍ତୁ। ଗରିବ ସର୍ବସ୍ବାନ୍ତ େହାଇଗଲେ, ସେମାନଙ୍କୁ ନ୍ୟାୟ ମିଳିବନି? ବିଦ୍ୟୁତ ବ୍ୟବସ୍ଥା ଭୁଶୁଡିଗଲା। ଏଯାଏ ଅଧିକାଂଶ ସ୍ଥାନରେ ବିଦ୍ୟୁତ ଆସିନାହିଁ। ବିଦ୍ୟାଳୟ ଘର ଭାଙ୍ଗିଛି, କୁଡୁଡା ଚାଷ ବରବାଦ। କଦଳୀ, ଅମୃତଭଣ୍ଡା ଠାରୁ ଆରମ୍ଭ କରି ପରିବା ବ୍ୟବସାୟ ନଷ୍ଟଭ୍ରଷ୍ଟ। ମାଛ ଚାଷ ବି। ହସ୍ପିଟାଲ ଭାଙ୍ଗିଯାଇଛି। ନନ୍ଦନକାନନ ଦେଖି ହେଉନାହିଁ। ସରକାର କ୍ୟାପିଟାଲ ହସ୍ପିଟାଲର ଆଧୁନିକୀକରଣ କରନ୍ତୁ। ବିଧାୟକ ମହମ୍ମଦ େମାକିମ୍ ମଧ୍ୟ ଆେଲାଚନାରେ ଅଂଶ ଗ୍ରହଣ କରି ବିଜୁଳି ଖୁଣ୍ଟ କିଭଳି ଝୁଲିଛି, ବାତ୍ୟା ମୁକାବିଲାରେ ସରକାର କେତେ ବିଫଳ ତାର ହିସାବ ରଖିଥିଲେ। ସରକାରୀ ଦଳ ପକ୍ଷରୁ ବିଧାୟକ ପ୍ରଦୀପ ମହାରଥୀ, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା ଓ ରାେଜନ୍ଦ୍ର କୁମାର ସାହୁ ଭାଗ ନେଇଥିଲେ। ଶ୍ରୀ ମହାରଥୀ କହିଥିଲେ, େଗାଟିଏ ପଟେ ୬୦ରୁ ୭୦ % ଘର ଭଙ୍ଗା ତାଲିକା ଭୁଲ, ଅନ୍ୟପଟେ ନ଼ଡିଆ ଚାଷୀଙ୍କୁ ଏଯାଏ କ୍ଷତି ପୂରଣ ମିଳିଲା ନାହିଁ। ଖୁବ୍ ଶୀଘ୍ର ରାଜ୍ୟରେ ନଡିଆ େଗାଟାକୁ ୫୦ ଟଙ୍କା େହବ। ସରକାର ଗୁହାଳ ସର୍ଭେ କଲେନି? ଜଳ ନିଷ୍କାସନ ବ୍ୟବସ୍ଥା ଏବେ ଭୁଶୁଡି ଯିବ। େସସବୁରେ ଗଛ ପଡିଛି। କେଉଁଠି ଦଳ ଲାଗିଛି। ଏବେ ବର୍ଷା ଆସିଲାଣି, ପାଣି ପଶିବ। ଗଛ ଆଦି ପଡି େପାଖରୀରୁ ମାଛ ମରିଯାଇଛନ୍ତି। ପୁରୀ ଜିଲ୍ଲାରେ ମାଛ ଚାଷ ଗଭୀର ପ୍ରଭାବ ପଡିଛି। ସରକାର ସେମାନଙ୍କୁ କ୍ଷତିପୂରଣ ଦେବେନି?
ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପୂର୍ବ ଓ ପରବର୍ତୀ ସମୟରେ େଯଉଁଭଳି ଅବିଶ୍ରାନ୍ତ ପରିଶ୍ରମ କରିଛନ୍ତି, ସରକାର ସଜାଗ ରହିବା କାରଣରୁ କ୍ଷତି କମିଛି, ସେ େନଇ ବି ସଭ୍ୟମାନେ ଗୃହରେ ତଥ୍ୟ ରଖିଥିଲେ। େମାଦୀ ନିଜେ ନବୀନଙ୍କର ପ୍ରଶଂସା ଗାଉଥିବା େନଇ ବିେଜଡି ସଭ୍ୟମାନେ କହିଥିଲେ। ଆେଲାଚନା େଶଷରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ, ୬୪ ଜଣ େଲାକଙ୍କର ମୃତ୍ୟୁ େହାଇଥିଲେ ହେଁ, ୫୩ ଜଣଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ଦେବେ। ବାକି ଅନ୍ୟମାନଙ୍କ େକ୍ଷତ୍ରରେ ରିେପାର୍ଟ ଜିଲ୍ଲାପାଳଙ୍କ ଠାରୁ ଆସିନାହିଁ। ଘର ଭଙ୍ଗା ଅନିୟମିତତା େନଇ ଅଭିଯୋଗ ଆସିଲେ, ପଦକ୍ଷେପ ନିଆଯିବ। ବାତ୍ୟାରେ ସରକାର କରିଥିବା ସବୁ କାମର ତାଲିକା ରଖିଥିଲେ। ପାଖାପାଖି ୫ ପୃଷ୍ଠାର ତଥ୍ୟ ବଖାଣିଥିଲେ ମନ୍ତ୍ରୀ। କହିଥିଲେ, ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୧୫ଲକ୍ଷ ୫୭ ହଜାର ୧୭୦ ଜଣ େଲାକଙ୍କୁ ସରକାର ସ୍ଥାନାନ୍ତର କରିଥିଲେ। ଏଥିରେ ୧ େକାଟି ୬୦ ଲକ୍ଷ େଲାକ ପ୍ରଭାବିତ େହାଇଛନ୍ତି। ୧୪ଟି ଜିଲ୍ଲାର ୧୫୯ଟି ବ୍ଲକ ଅନ୍ତର୍ଗତ ୨୦ ହଜାର ୩୬୭ ଗାଁ ଓ ୫୧ଟି ସହରାଞ୍ଚଳ ପ୍ରଭାବିତ େହାଇଥିଲା। େକନ୍ଦ୍ର ସରକାରଙ୍କୁ ୫ହଜାର ୨୨୭ େକାଟି ୬୮ ଲକ୍ଷ ଟଙ୍କାର ସହାୟତା ମଗାଯାଇଛି। େକନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୭୮୮ େକାଟି ୮୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଭିନ୍ନ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୧୪୮୧ େକାଟି ଟଙ୍କା େଯାଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୯୪ େକାଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବାତ୍ୟା ପରବର୍ତୀ ରିଲିଫ୍, ପୁନର୍ବାସ ଓ ପୁନଃ ନିର୍ମାଣ କାମ ଜାରି ରହିଛି େବାଲି ମନ୍ତ୍ରୀ କହିଥିଲେ।