ବେକାରି ପ୍ରସଙ୍ଗରେ ଗୃହ କମ୍ପିଲା : ଭୋକିଲା ଲୋକ କାହାକୁ ମାନେନି

ସରକାରଙ୍କ ବିରୋଧରେ ବିଦ୍ରୋହ କରିବେ: ନରସିଂହ, ରାଜ୍ୟ ସରକାର ଧୋକାବାଜି କରିଛନ୍ତି: ବିଷ୍ଣୁ, ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି: ମନ୍ତ୍ରୀ

ଭୁବନେଶ୍ବର : ନିଯୁକ୍ତି ସୃଷ୍ଟି କରିବାରେ ସରକାର ବିଫଳ େହାଇଛନ୍ତି। ନିଯୁକ୍ତି ନ ପାଇଲେ ନିଶାଖୋର ହେବେ। ଅପରାଧ ଘଟାଇବେ। ବିେଦ୍ରାହ କରିପାରନ୍ତି। େବକାରି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କୁ ଏମିତି ଭାଷାରେ କଡ଼ା ସମାେଲାଚନା କରିଛନ୍ତି ବିେରାଧୀ। ଉଭୟ ବିେଜପି ଓ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗରେ ତଥ୍ୟ ରଖି ସରକାରଙ୍କ ବିେରାଧରେ ବର୍ଷିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କେତେ ନିଯୁକ୍ତି ମିଳିଛି, କେତେ େଲାକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି, ସରକାର କି ପଦକ୍ଷେପ ନେଇଛନ୍ତି, ତାର ଏକ ଲମ୍ବା ରିେପାର୍ଟ ରଖିଥିଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ।

ଆଜି ବିଧାନସଭାରେ ବେକାରି ପ୍ରସଙ୍ଗ ସଂପର୍କିତ ମୁଲତବୀ ପ୍ରସ୍ତାବ ଆେଲାଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ୨୦୦୦ ମସିହାରୁ ରାଜ୍ୟରେ ସ୍ଥିର ସରକାର ଅଛି। ୨୦ ବର୍ଷ ଶାସନ କରିବା ପରେ ମୌଳିକ ସସସ୍ୟା ସମାଧାନ େହବନାହିଁ? ସରକାରଙ୍କୁ େଲାକେ ବାରମ୍ବାର ନିର୍ବାଚିତ କରିପାରନ୍ତି। ମାତ୍ର କ୍ଷମତାରେ ରହିବାର ନୈତିକତା ହରାଇଛନ୍ତି ସରକାର। ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କରି ଶ୍ରୀ ମିଶ୍ର କହିଥିଲେ, େଲାକେ କଣ ଚାହୁଁଛନ୍ତି େଯ ସେମାନେ େଭାଟ ଦେବେ ଓ ବେକାର ରହିବେ? ଏମିତି ଆଦୌ ନୁହେଁ।

ସେହିଭଳି େକନ୍ଦ୍ର ସରକାର ମଧ୍ୟ ବେକାରି ଦୂର କରିବାରେ ସମ୍ପୂର୍ଣ୍ଣ ବିଫଳ। ଏନ୍‌ଡିଏ ସରକାର ପ୍ରତି ବର୍ଷ ୨ େକାଟି ହିସାବରେ ୫ ବର୍ଷରେ ୧୦ େକାଟି ଚାକିରି ଦେବାକୁ େଯଉଁ ପ୍ରତିଶ୍ରୁତି ଦେଇଥିଲା, େସହି ପ୍ରସଙ୍ଗରେ ବିଫଳ େହାଇଛି। ଏବେ ବେକାରି ସ୍ଥିତି ସଙ୍ଗିନ ଅବସ୍ଥାରେ ପହଞ୍ଚିଗଲାଣି। ଏକ ରିେପାର୍ଟ କହୁଛି, ୨୦୧୭-୧୮ରେ ୬.୧ ପ୍ରତିଶତ େବକାର ଅଛନ୍ତି। ଏହା ସର୍ବାଧିକ। ବିମୁଦ୍ରୀକରଣ ପରେ ଏହି ସ୍ଥିତି ଆହୁରି ସାଂଘାତିକ େହାଇଛି।

ଶ୍ରୀ ମିଶ୍ର କହିଥିଲେ, ଗଣମାଧ୍ୟମରେ ପ୍ରକାଶ ପାଇଛି େଯ ରାଜ୍ୟରେ ବେକାର ସଂଖ୍ୟା ୮୫ଲକ୍ଷ ଛୁଇଁଲାଣି। ମୂଳ ପଦବି ବି ପୂରଣ େହଉନାହିଁ। ଗୃହ ବିଭାଗରେ ୮୮ ହଜାର ୧୮୧ଟି ମଞ୍ଜୁରିପ୍ରାପ୍ତ ପଦବି ରହିଛି। ସେଥିରୁ ୧୬ ହଜାର ୭୩୧ଟି ଖାଲି। ପୁଲିସ ଆମର ୨୪ ଘଣ୍ଟା କାମ କରେ। ଶ୍ରମ ବିଭାଗରେ ୫୪ ହଜାର ୮୮୦ଟି ଅନୁମୋଦନ ପ୍ରାପ୍ତ ପଦବି ରହିଛି। ୧୬ ହଜାର ୦୭୧ ପଦବି ଖାଲି। ଏଥିରୁ ୫୮୨୧ଟି ସି ଗ୍ରେଡ୍ ପଦବି ଓ ୪୫୫୪ ଡି ଗ୍ରେ଼ଡର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨ଲକ୍ଷ ୧୬ ହଜାର ୭୪ଟି ଅନୁେମାଦନ ପ୍ରାପ୍ତ ପଦବି ରହିଛି। ସରକାର ସେଥିରୁ ୩୦ ହଜାର ୨୯୯ ଖାଲି ଅଛି େବାଲି କହିଛନ୍ତି। କିନ୍ତୁ ଏହା ଅସତ୍ୟ। କାରଣ ଯାହା

ତଥ୍ୟ ରହିଛି, ୧ଲକ୍ଷ ୮ ହଜାର ପଦବି ଖାଲି ରହିଛି। ସରକାର ଶିକ୍ଷା ସହାୟକ, ଅଙ୍ଗନବାଡ଼ି କର୍ମୀ, ଜିଆରଏସ ଆଦିକୁ ମିଶାଇ ଏହି ସଂଖ୍ୟା କାଢ଼ିଛନ୍ତି। ପୂର୍ତ ବିଭାଗରେ ୧୦ ହଜାର ୪୩୫ଟି ପଦବିକୁ ଅନୁମୋଦନ ମିଳିଛି। ୩୪୮୦ ଖାଲି। ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅନୁମତି ପାଇଥିବା ପଦବି ସଂଖ୍ୟା ୭ ହଜାର ୫୪୪ ଓ ଖାଲିଥିବା ପଦବି ୨୮୬୨।

ରାଜ୍ୟରେ ଥିବା ୫ଲକ୍ଷ ୮୩ ହଜାର ପଦବି ମଧ୍ୟରୁ ୧ଲକ୍ଷ ୩୧ ହଜାର ୫୧୮ଟି ପଦବି ଖାଲି ପଡ଼ିଛି େବାଲି ଦର୍ଶାଇ ଶ୍ରୀ ମିଶ୍ର ପଚାରିଥିଲେ, ଏସବୁ କାହିଁକି ପୂରଣ ହେଉନାହିଁ? େଲାକଙ୍କ ହାତରେ ଆଜି ଦିନରେ କାମ ନାହିଁ। କାଳିଆ େଯାଜନାରେ େଯଉଁମାନଙ୍କୁ ସରକାର ଅର୍ଥ ଦେଲେ, େସଥିରୁ ପାଖାପାଖି ୨୫ଲକ୍ଷ େଲାକଙ୍କ ହାତରେ କାମ ନାହିଁ। ଏବେ ମରୁଡ଼ି ସ୍ଥିତି ଉପୁଜିଲାଣି। ସ୍ଥିତି ଆଗକୁ ଆହୁରି ଗମ୍ଭୀର ହେବ। ସେମାନେ ଗୁଜୁରାଟ, ହାଇଦ୍ରାବାଦ ଓ ତାମିଲନାଡୁ ଯାଉଛନ୍ତି ଦାଦନ ଖଟିବାକୁ। ସେଠି ବି ସେମାନଙ୍କୁ େଶାଷଣ କରାଯାଉଛି ଓ ନିର୍ଯାତନା ଦିଆଯାଉଛି।

ମନରେଗା େଯାଜନାକୁ କଡ଼ା ସମାେଲାଚନା କରିବା ସହ ଶ୍ରୀ ମିଶ୍ର ବିଜୁ ବାହିନୀକୁ ଗୁଣ୍ଡା ବାହିନୀ େବାଲି ପରୋକ୍ଷରେ ସୂଚାଇଥିଲେ। କହିଥିଲେ, ବେକାର ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ରାଜ୍ୟରେ ନିଶା େସବନକାରୀ ମଧ୍ୟ ବଢୁଛନ୍ତି। ବଲାଙ୍ଗୀର ଜିଲ୍ଲାରେ ବି ଶାସକ ଦଳର ନେତା ସେମାନଙ୍କର େନତୃତ୍ବ େନଉଛନ୍ତି। େଭାକିଲା ଲୋକ କାହାକୁ ମାନେନି। ଯଦି ସେମାନଙ୍କୁ କାମ ନ ଦିଆଯିବ, ଜଙ୍ଗଲରାଜ ପ୍ରତିଷ୍ଠା ହେବ। ସେମାନେ ମାତିବେ। ଏପରିକି ରୋଜଗାରରେ ସାମିଲ ନହୋଇ ଯୁବକମାନେ ଅପରାଧରେ ସାମିଲ ହେବେ। ବଡ଼ ବିଦ୍ରୋହ କରିବେ। ସେତେବେଳେ ସରକାର ସମ୍ଭାଳିବେ? ରାଜ୍ୟରେ ଘରୋଇ ସଂସ୍ଥାମାନେ ଜମି ଆଦି େନଇ ସ୍ଥାନୀୟ େଲାକଙ୍କୁ ନିଯୁକ୍ତି ଦେଉନଥିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି। ଏଥିସହିତ େବକାରି ସଂଖ୍ୟା ବୃଦ୍ଧି ପଛର ରହସ୍ୟ େଖାଲିଥିଲେ।

ବିେଜପି ବିଧାୟକ ବିଷ୍ଣୁ ସେଠୀ କହିଥିଲେ, ସର୍ଭେ କହୁଛି, ଶିକ୍ଷିତ ଓ ଅଶିକ୍ଷିତ ସମସ୍ତେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। େଗାଟିଏ ସମୟରେ ଟାଟା ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ େହାଇଥିଲା। ୧୩୪ଟି େକାଟି ଟଙ୍କାର ଏହି ପ୍ରକଳ୍ପରେ ୨ଟି ଜିଲ୍ଲାର ୩୦ଟି ପଞ୍ଚାୟତକୁ ସେମାନେ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରିଥିଲେ। କଣ ହେଲା? େଗାଟିଏ ସମୟରେ ୧ େକାଟି ୧୪ଲକ୍ଷ େଲାକ ଦାଦନ ଶ୍ରମିକ ଓଡ଼ିଶାରେ ଥିଲେ। ଏ ମଧ୍ୟରୁ ୧େକାଟି ୪ଲକ୍ଷ େଲାକ ରାଜ୍ୟ ଭିତରେ ଦାଦନ ଯାଉଥିଲେ। ୧୦ଲକ୍ଷ େଲାକ ବାହାର ରାଜ୍ୟକୁ ଯାଉଥିଲେ। ଏଥିରେ ମହିଳାଙ୍କୁ ସାମିଲ କରାଯାଇନାହିଁ। ୨୦୧୧ରୁ ୨୦୨୧ ମଧ୍ୟରେ ୧୫ରୁ ୫୯ ବର୍ଷ ମଧ୍ୟରେ ୮୪ଲକ୍ଷ େବକାରି ସୃଷ୍ଟି େହବେ େବାଲି ଆକଳନ କରାଯାଇଛି। ୨୦୧୧ ଜନଗଣନା ରିେପାର୍ଟ କହିଥିଲା, ୫୮.୨ ପ୍ରତିଶତ େବକାର ଅଛନ୍ତି।

ବିଧାନସଭାରେ ମନ୍ତ୍ରୀଙ୍କ ଅନୁପସ୍ଥିତି େନଇ ଶ୍ରୀ ସେଠୀ ସମାେଲାଚନା କରିଥିଲେ। କହିଥିଲେ, ଏତେ ବଡ଼ ପ୍ରସଙ୍ଗ। ଗୃହରେ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ଜଣେ ସେଥିରୁ ଢୁଳଉଛନ୍ତି। ତାଙ୍କ ସାମ୍ନାରେ ସରକାରୀ ଦଳ ପାଇଁ ଉଦ୍ଦିଷ୍ଟ ଆସନ ଅର୍ଥାତ୍ େଗାଟିଏ ବ୍ଲକରେ ଜଣେ ବି ବିଧାୟକ ନାହାନ୍ତି। ଏବେ ତ କୌଣସି ଗୁରୁତ୍ବପୂର୍ଣ୍ଣ କାମ ନାହିଁ। ବିଧାୟକ କାହିଁକି ରହିବେନି?

ଶ୍ରୀ ସେଠୀ କହିଥିଲେ, ରାଜ୍ୟରେ ୩୫ଲକ୍ଷ ୪ ହଜାର ବେକାର ନାମ ପଞ୍ଜୀକରଣ କରିଛନ୍ତି। ସରକାର ୧.୩ ପ୍ରତିଶତଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରତି ୧୦୦ରେ ଜଣକୁ। ବୌଦ୍ଧ, ଗଂଜାମ ଓ ଭଦ୍ରକରେ ୫୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ପୁରୀରେ ଶୂନ। ରାଜ୍ୟ ସରକାର େଧାକାବାଜି କରୁଛନ୍ତି େବାଲି ସେ ଅଭିଯୋଗ କରିଥିଲେ।

ଏ ଜାତି କାଙ୍ଗାଳ ନଥିଲା େବାଲି ଦର୍ଶାଇ ଓଡ଼ିଶା କେଉଁ େକ୍ଷତ୍ରରେ କିଭଳି ସମୃଦ୍ଧି ଲାଭ କରିଥିଲା େସ େନଇ ତଥ୍ୟ ରଖିଥିଲେ ବିଧାୟକ ଶ୍ରୀ ସେଠୀ। କହିଥିଲେ, ୭୫ ଏକର ଜମି େଦଇପାରିଲେ ନାହିଁ େବାଲି ପାରାଦୀପରେ ୧୯୬୧ େକାଟିର ପ୍ରକଳ୍ପ ହାତଛଡ଼ା ହେଲା। ନିଯୁକ୍ତି ହରାଇଲା ଓଡ଼ିଶା। ସେହିପରି େଯତିକି େଲାକଙ୍କୁ ଦକ୍ଷତା ବିକାଶ ମିସନ ପ୍ରଶିକ୍ଷଣ ଦିଆଯାଇଛି, ସେଥିରୁ ୧୮.୩ ପ୍ରତିଶତ େଲାକଙ୍କୁ ନିଯୁକ୍ତି ମିଳିଛି। ମନରେଗାରେ ୧୦୦ ଦିନର କାମ ଦେବା କଥା। ତାହା ବି ହେଉନି। ଆଉଟେସାର୍ସିଂ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି। ୮ମାସରୁ ୨ ବର୍ଷଭିତରେ ସେମାନଙ୍କୁ ବିଦା କରାଯାଉଛି। ଏବେ ଉର୍ଦ୍ଦୁ ଶିଷକଙ୍କୁ ବିଦା କଲେଣି। କମ୍ପ୍ୟୁଟର ଶିକ୍ଷକଙ୍କୁ ବି। ବିଜେପି ପକ୍ଷରୁ ବିଧାୟକ ମୁକେଶ ମହାଲିଙ୍ଗ, ଗଣେଶ ରାମ ସିଂହ ଖୁଣ୍ଟିଆ ଆେଲାଚନାରେ ଭାଗ େନଇଥିଲେ।

ସରକାରୀ ଦଳ ପକ୍ଷରୁ ବିଧାୟକ ଅଶ୍ବିନୀ ପାତ୍ର, ଡାକ୍ତର ପ୍ରମୋଦ ମଲ୍ଲିକ, ସତ୍ୟ ନାରାୟଣ ପ୍ରଧାନ, ସୁବାସ େବହେରା ପ୍ରମୁଖ ଆେଲାଚନାରେ ଭାଗ ନେଇଥିଲେ। ମନ୍ତ୍ରୀ କହିଥିଲେ, ୨୦୦୦ ମସିହାରେ ୨୩ଟି ସରକାରୀ ଆଇଟିଆଇ ଥିଲା। ୩୬୫୬ ନାମ େଲଖାଉଥିଲେ। ଏବେ ଏହି ସଂଖ୍ୟା ୪୯କୁ ବଢିଛି। ୧୭ ହଜାର୬୯୯ ଛାତ୍ରଛାତ୍ରୀ ନାମ େଲଖାଉଛନ୍ତି। ପଲିଟେକିନିକ୍ ସଂଖ୍ୟା ୧୩ରୁ ୩୫କୁ ବଢିଛି। ସରକାର ବିଭିନ୍ନ ସଂସ୍ଥା ସହିତ ମିଶି ଅଟୋମୋବାଇଲ୍ ଠାରୁ ଆରମ୍ଭ କରି ଟାଟା େମାଟର ସହିତ ମିଶି େରାଜଗାର ସୃଷ୍ଟିର ବାଟ େଖାଲିଛନ୍ତି। ରାଜ୍ୟ ଭିତରେ ଓ ବାହାରେ ନିଯୁକ୍ତି ପରିସୀମା ବଢିଛି। ସେହିଭଳି ଦାଦନ ପ୍ରସଙ୍ଗରେ ମଧ୍ୟ ସରକାର ଅନେକ ପଦକ୍ଷେପ େନଇଛନ୍ତି।ସେମାନଙ୍କ ପାଇଁ େହଲ୍ପ ଡେସ୍କ ଆଦି କରାଯାଇଛି। ସେନା ପାଇଁ ନିଯୁକ୍ତି ରାଲି ଆଦି କରାଯାଉଛି।

ସମ୍ବନ୍ଧିତ ଖବର