‘ସମ୍ବାଦ’ ରିପୋର୍ଟକୁ ନେଇ ବିଧାନସଭାରେ ଝଡ଼ : ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ଅଚଳ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, ବାରମ୍ବାର ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ବିଫଳ, ଗାନ୍ଧୀ ମୂର୍ତି ତଳେ କଂଗ୍ରେସ, ଗୃହରେ ବିଜେପିର ଧାରଣା

ଭୁବନେଶ୍ବର : ରାଜ୍ୟରେ ନାବାଳିକା ନିେଖାଜ, ଅନୁଗୁଳ ଏବଂ ଭବାନୀପାଟଣାରେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ବିେରାଧୀ ହଙ୍ଗାମା କରିଛନ୍ତି। ବିେରାଧୀ ଏମିତି ତାତି ଯାଇଥିଲେ େଯ ବାଚସ୍ପତିଙ୍କ ପୋ଼ଡିୟମ ଦଖଲ କରିବାକୁ ଉଦ୍ୟମ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରି ହୁଲସ୍ତୁଲ କରିଥିଲେ ବିଧାନସଭା। ସ୍ଲୋଗାନ େଦଇ କମ୍ପାଇଥିଲେ ଗୃହ।

ବିଧାନସଭାକୁ ତୁହାକୁତୁହା ମୁଲତବୀ କରିବାକୁ ପଡିଥିଲା ବାଚସ୍ପତିଙ୍କୁ। ଅପରାହ୍ନରେ ସର୍ବଦଳୀୟ ବୈଠକ ବିଫଳ େହାଇଥିଲା। ମୁଖ୍ୟ ବିେରାଧୀ ଦଳ ବିଜେପି ଗୃହ ମଧ୍ୟଭାଗରେ ଧାରଣା ଓ ନାରାବାଜି କରିଥିଲେ। ବିେରାଧୀ କଂଗ୍ରେସ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତି ତଳେ ଧାରଣା େଦଇଥିଲେ। ଏଭଳି ଅସ୍ବାଭାବିକ ପରିସ୍ଥିତିରେ ବି ଆଜି ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ସଂକ୍ରାନ୍ତ ଉପରେ ବିଳମ୍ବରେ ଆେଲାଚନା ଆରମ୍ଭ େହାଇଥିଲା।

ଆଜି ଶୂନ୍ୟକାଳ ଆରମ୍ଭ େହବାମାତ୍ରେ, ଉଭୟ ବିେଜପି ଓ କଂଗ୍ରେସ ସଭ୍ୟ ଠିଆ େହାଇ କିଛି କହିବା ପାଇଁ ବାଚସ୍ପତିଙ୍କ ଅନୁମତି େଲାଡିଥିଲେ। ବାଚସ୍ପତି ବିେରାଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ରିେପାର୍ଟ େଦଖାଇ ରାଜ୍ୟରେ ନାବାଳିକା ନିେଖାଜ ପ୍ରସଙ୍ଗକୁ ଗୃହ ସାମ୍ନାକୁ ଆଣିଥିଲେ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଏହା ନମୁନା େବାଲି ଦର୍ଶାଇ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଥିଲେ। କହିଥିଲେ, ଗୁଇନ୍ଦା ସଂସ୍ଥା ଏଠି କଣ କରୁଛନ୍ତି? େଯଉଁ ପିଲା ନିେଖାଜ ଅଛନ୍ତି, ତାଙ୍କ ବାପା ମା’ଙ୍କ ସ୍ଥିତି କଣ େହଉଥିବ? ନିେଖାଜ ନାବାଳିକାମାେନ େକଉଁଠି ଅଛନ୍ତି? ଏତେ ବଡ଼ ପୁଲିସ ବିଭାଗ କି କାମରେ ଲାଗିଛି?

ଶ୍ରୀ ନାୟକ କହିଥିଲେ, ଗଣମାଧ୍ୟମରୁ ସେ ଜାଣିଛନ୍ତି େଯ ନାବାଳିକାଙ୍କୁ ଏକ ଇଞ୍ଜେକସନ୍ ଦିଆଯାଉଛି। ପରେ ତାଙ୍କୁ େଦହ ବେପାରରେ ଲଗାଯାଉଛି। ଓଡ଼ିଶାର ନିେଖାଜ ଝିଅଙ୍କୁ ସେମିତି କୌଣସି କାମରେ ଲଗାଯାଇନାହିଁ ତ? କିଡନି, ଆଖି େଚାରି କରିବା ଲାଗି େସମାନଙ୍କୁ ଅପହରଣ କରାଯାଉନାହିଁ ତ? ଝିଅ େବାହୂଙ୍କ ଇଜ୍ଜତ ରାଜ୍ୟରେ ନାହିଁ। ନାବାଳିକାଙ୍କ ସ୍ଥିତି ଏମିତି େହଲାଣି। ସରକାର କୁମ୍ଭକର୍ଣ୍ଣ ନିଦରେ େଶାଇଥିବେ?

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆହୁରି ବଡପାଟିରେ ଗର୍ଜିଥିଲେ। କହିଥିଲେ, ଏ ବିଧାନସଭା ବସିବ କାହିଁକି? ଯାହା ଆେଲାଚନା େହଉଛି, ତାର ଅର୍ଥ କଣ? ମୁଖ୍ୟମନ୍ତ୍ରୀ େଯଉଁ ବିବୃତି ଦେଲେ ତାହା ଅର୍ଥହୀନ। ଓଡ଼ିଶା େଲାକେ ପ୍ରଶ୍ନ କଲେଣି, େବାଧହୁଏ, ବିଧାନସଭାର ଆଉ ଆବଶ୍ୟକତା ନାହିଁ। କିଛି ଆେଲାଚନା େହଲେ, କାର୍ଯ୍ୟାନୁଷ୍ଠାନ େହଉନାହିଁ। ଓଡ଼ିଶାରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି। ଗତ ସପ୍ତାହ ମୁଖ୍ୟମନ୍ତ୍ରୀ ଏ େନଇ ଗୃହରେ ବିବୃତି ପଢିଥଲେ। ସନ୍ତୋଷ ପ୍ରକାଶ କରି କହିଲେ, ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି। ସୁପ୍ରିମକୋର୍ଟ ଏବର୍ଷର ପ୍ରଥମ ୬ମାସର ତଥ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିେର ନାବାଳିକା ଦୁଷ୍କର୍ମ କଥା ରହିଛି। ଓଡ଼ିଶାରେ ୧୦୦୫। ଉତ୍ତରପ୍ରଦେଶ ଏକ ନମ୍ବରରେ। ଦୁର୍ଭାଗ୍ୟଜନକ କଥା େହଉଛି, ସରକାର େହଜୁନାହାନ୍ତି।

‘ସମ୍ବାଦ’ରେ ପ୍ରକାଶ ପାଇଥିବା ତଥ୍ୟକୁ ଆଧାର କରି ଶ୍ରୀ ମିଶ୍ର କହିଥିଲେ, ହଜିଯାଇଥିବା ଝିଅ ମିଳୁନାହାନ୍ତି। ପୁଲିସ ପାଉନି? ତଥାପି ମୁଖ୍ୟମନ୍ତ୍ରୀ କହୁଛନ୍ତି, ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି? ପ୍ରତିଦିନ ୩ରୁ ୧୨ ବର୍ଷ ଝିଅଙ୍କୁ ଦୁଷ୍କର୍ମ ଘଟୁଛି। ବଲାଙ୍ଗୀର ଝିଅକୁ ଭବାନୀପାଟଣାରେ ଦୁଷ୍କର୍ମ କରାଯାଇଛି। ରକ୍ଷକ ଏଠାରେ ଭକ୍ଷକ ସାଜିଛି। ଅନୁଗୁଳରେ ସାତ ଆଠ ବର୍ଷର ଝିଅକୁ ଦୁଷ୍କର୍ମ କରାଗଲା। ସରକାର ଅପରାଧୀ ଧରୁଥିବେ, ସେ ପୁଣି ଆସି ଅପରାଧ କରୁଥିବ, ଏମିତି ଚାଲିଥିବ? ଶ୍ରୀ ମିଶ୍ର କହିଥିଲେ, ବିଚାର କରୁଛୁ, ତର୍ଜମା କରୁଛୁ, ଏମିତି ଚାଲିବନି।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଭବାନୀପାଟଣାରେ େହାଇଥିବା ଦୁଷ୍କର୍ମ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କହିଥିଲେ, ବଲାଙ୍ଗୀରର ଦୁଷ୍କର୍ମ ପୀଡିତା ହତଭାଗା। ସେ ଏଚଆଇଭି ଆକ୍ରାନ୍ତ। ତା ସତ୍ତ୍ବେ ତାକୁ ସଂପର୍କୀୟ ଦୁଷ୍କର୍ମ କଲେ। ପରେ ତାକୁ ନେଇ ଭବାନୀପାଟଣାରେ ଆଶ୍ରୟସ୍ଥଳରେ ଛାଡି ଦିଆଗଲା। କିନ୍ତୁ ତାକୁ ସେଠାରେ ଏହି ଆଶ୍ରୟସ୍ଥଳର ମାଲିକ ସଂଜୟ ଦାସ ଦୁଷ୍କର୍ମ କରୁଥିଲା। ଅଭିେଯାଗ କଲେ ବି କୌଣସି ପଦକ୍ଷେପ ନିଆଗଲା ନାହିଁ। ଭବାନୀପାଟଣା ପୁଲିସ ବଲାଙ୍ଗୀର ଆସି ତଦନ୍ତ କଲେ। ପୂରା ପୁଲିସ ପୋଷାକରେ। ଅଭିଯୁକ୍ତକୁ ବସାଇ ପୀଡିତା ଠାରୁ ପୁଲିସ ୧୬୧ େଷ୍ଟଟମେଣ୍ଟ େରକର୍ଡ କରିବ? ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏମିତି େହଲାଣି?

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ନାବାଳିକା ଅପହରଣ, ଅସଦାଚରଣ ପ୍ରସଙ୍ଗରେ ଉଭୟ ବିେରାଧୀ ଓ କଂଗ୍ରେସ ବିଧାୟକ ଦଳ େନତା େଯଉଁ ଅଭିେଯାଗ କରିଛନ୍ତି, ତା ଉପରେ ସରକାର କି ପଦକ୍ଷେପ ନେଇଛନ୍ତି, ଜଣାଇବାକୁ ମୁଁ ନିେର୍ଦଶ େଦଉଛି।

ବାଚସ୍ପତିଙ୍କର ଏହି ତଥ୍ୟ କିନ୍ତୁ ବିେରାଧୀ ଦଳକୁ ଆଶ୍ବସ୍ତ କରିପାରିନଥିଲା। ପ୍ରଥମେ କଂଗ୍ରେସ ସଭ୍ୟ ଗୃହ ମଧ୍ୟକୁ ଆସି ବାଚସ୍ପତିଙ୍କ େପାଡିୟମ ସାମ୍ନାରେ ପାଟି କରିଥିଲେ। କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି େପାଡିୟମ ସାମ୍ନାରେ ଗର୍ଜିଥିଲେ। ଏ ପ୍ରସଙ୍ଗରେ ବିଶଦ ଭାବେ ଆେଲାଚନା େହଉ େବାଲି ଦାବି କରିଥିଲେ। ପରେ ବିେଜପି ବି ଏଥିରେ ସାମିଲ େହାଇଥିଲା। ହଠାତ୍ ଜୟନାରାୟଣ ମିଶ୍ର ଗୃହ ମଧ୍ୟଭାଗକୁ ମାଡିଆସିଥିଲେ। ପରେ ପରେ ବିେଜପି ସଭ୍ୟମାନେ ବି। ସଭ୍ୟମାେନ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଭୟ ପଟରୁ ଉଠିବାକୁ ଚେଷ୍ଟା କରିଥିଲେ। ବାଚସ୍ପତି ପ୍ରଥମେ ୧୨ଟା ୩୦ ଯାଏ ଓ ପରେ ୧୨ଟା ୩୨ରୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ।

ଅପରାହ୍ନ ଅଧିବେଶନ ଆରମ୍ଭ ହେବାପରେ ବି ସ୍ଥିତି ସୁଧୁରିନଥିଲା। ବାଚସ୍ପତି ୩ଟା ୫ରୁ ୩ଟା ୩୫, ପ୍ୁଣି ୩ଟା ୩୮ରୁୁ ୪ଟା ୦୮ ଯାଏ ଗୃହକୁ ମୁଲତବୀ କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। ୪ଟା ୧୨ରୁ ୫ଟା ୧୨, ୫ଟା ୪୨ ଓ ପରେ ୬ଟା ୧୨ ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା।

ଗୃହ କାର୍ଯ୍ୟ ଆରମ୍ଭ େହବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ,ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ବିଫଳ ହେଲା। ବିେରାଧୀଙ୍କ ଦାବି ଗ୍ରହଣ ହେଉନାହିଁ। ଏଥିପାଇଁ ଆମେ ଏ ଗୃହ ବର୍ଜନ କରି ଗାନ୍ଧୀମୂର୍ତି ତଳେ ଧାରଣା େଦଉଛୁ। ସେହିପରି ବିେରାଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଆପଣ ନିେର୍ଦଶ ଦିଅନ୍ତୁ, ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ପରିସ୍ଥିତି େନଇ ନିଷ୍ପତ୍ତି େନବେ। ରୁଲିଂ ନ େଦବା ଯାଏ ସମସ୍ତେ ଗୃହ ମଧ୍ୟରେ ଧାରଣା ଦେବୁ। ଏଥିସହିତ ବିେଜପି ସଭ୍ୟମାେନ ଧାରଣା େଦଇ ନାରାବାଜି ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର