ବିଧାନସଭାରେ ଗର୍ଜିଲେ ବିଧାୟକ : ଘରୋଇ ଡାକ୍ତରଖାନା ଦାଦାଗିରି କରୁଛନ୍ତି

ଟଙ୍କା ମିଳିନଥିଲା ବୋଲି ଶବ ବନ୍ଧକ ରଖିଥିଲେ, ସ୍ବାସ୍ଥ୍ୟମନ୍ତ୍ରୀ, ବିରୋଧୀ ଦଳ ସହ ବାଚସ୍ପତିଙ୍କ ବୈଠକ

ଭୁବନେଶ୍ବର : ଘରୋଇ ଡାକ୍ତରଖାନା ଦାଦାଗିରି କରୁଥିବା ଅଭିଯୋଗକୁ ନେଇ ଆଜି ବିଧାନସଭାରେ କମ୍ପନ ସୃଷ୍ଟି େହାଇଛି। ବିଜେପି, କଂଗ୍ରେସ, ବିଜେଡି ବିଧାୟକମାନେ ଭିନ୍ନ ଭିନ୍ନ ତରିକାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଓ ସମର୍ଥନ କରିବାକୁ ପଛାଇନାହାନ୍ତି। ଏପରିକି ବିଜେପି ବିଧାୟକମାନେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି କେଇ ମିନିଟ୍ ପାଇଁ ଗୃହ ମଧ୍ୟକୁ ଚାଲିଆସିଥିଲେ। ସରକାର ଏହା ଉପରେ ପଦକ୍ଷେପ ନିଅନ୍ତୁ େବାଲି ବାଚସ୍ପତି ରୁଲିଂ େଦଇଥିଲେ ହେଁ, ପରେ କିନ୍ତୁ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବାକୁ ନିଜ ଚାମ୍ବରକୁ ଡାକି ସ୍ବାସ୍ଥ୍ୟମନ୍ତ୍ରୀ, ବିେରାଧୀ ଦଳ ନେତା ଓ ବିେରାଧୀ ଦଳ ମୁଖ୍ୟ ସଚେତକଙ୍କ ସହିତ ଆେଲାଚନା କରିଥିବା ସୂଚନା ମିଳିଛି।

ଆଜି ଶୂନ୍ୟକାଳ ଆରମ୍ଭ େହବା ମାତ୍ରେ ବିେରାଧୀ ଦଳ ଉପନେତା ବିଷ୍ଣୁ ସେଠୀ ଭୁବନେଶ୍ବର ଆମ୍ରି ହସ୍ପିଟାଲର ଉଦାହରଣ ଦେଇ କହିଥିଲେ, ଏକଦା ଆେପାଲ ହସ୍ପିଟାଲ ଶବ ବନ୍ଧକ ରଖିଥିଲା। ପରେ କଳିଙ୍ଗ ହସ୍ପିଟାଲରେ ସମାନ ଘଟଣା ଘଟିଲା। ଧାମନଗରର ପ୍ରଫୁଲ୍ଲ ମାଝୀ ନାମକ ଜଣେ ବ୍ୟକ୍ତି ଏଭଳି ଅଭାବନୀୟ ପରିସ୍ଥିତିର ସାମ୍ନା କଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପଣ୍ଡାଙ୍କ ଶବକୁ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ବନ୍ଧା ପକାଇ ରଖିଛନ୍ତି। ୧ଲକ୍ଷ ୯୯ ହଜାର ଟଙ୍କା ବାକି ଥିଲା େବାଲି ତାଙ୍କ ଶବ ଦେଲେନି। ସେ ଇତିମଧ୍ୟରେ ୧ଲକ୍ଷ ଟଙ୍କା ଦେଇସାରିଲେଣି। ତଥାପି ହସ୍ପିଟାଲ କର୍ତ୍ତୃପକ୍ଷ ଶବ ଛାଡିଲେଣି କି ନାହିଁ, ତାହା ଜଣାପଡୁନାହିଁ।

ଶ୍ରୀ ସେଠୀ କହିଥିଲେ, ଗଙ୍ଗାରାମ ହସ୍ପିଟାଲ ଘଟଣାରେ ଦିଲ୍ଲୀ ହାଇେକାର୍ଟ ଅତ୍ୟନ୍ତ ସ୍ପଷ୍ଟ ରାୟ ଶୁଣାଇଛନ୍ତି। ମୃତ ବ୍ୟକ୍ତି ସଂପର୍କରେ େଯଉଁ ୧୭ଟି ଅଧିକାର ରହିଛି, ସେ ମଧ୍ୟରେ ଶବ ପ୍ରତି ଅସମ୍ମାନ କରାଯାଇପାରିବ ନାହିଁ େବାଲି ବି ସାମିଲ ରହିଛି। ଓଡ଼ିଶାେର ୨୧୧ଟି ଘରୋଇ ହସ୍ପିଟାଲ ଅଛନ୍ତି। ସେମାନେ ଦାଦାଗିରି କଲେଣିି।

ଶ୍ରୀ େସଠୀ କହିଥିଲେ, େକାର୍ଟ କଲେ, େକନ୍ଦ୍ର ସରକାରଙ୍କ ନିେର୍ଦଶନାମା ରହିଛି, ବାଚସ୍ପତି ହସ୍ତକ୍ଷେପ କଲେ। ଏସବୁ ପାଣିର ଗାର। ସେମାନେ କାହାକୁ ମାନିବେ ନାହିଁ। େରାଗୀଙ୍କୁ ମାଗଣାରେ ଦେଖିବା ପାଇଁ ଥିବା ନିୟମକୁ ଆଦୌ ମାନିବେ ନାହିଁ। ବ୍ରିଟିଶ ସରକାରଙ୍କ ପିିଆଦା ଭଲି ତାଡ଼ନା ଦେବା ଆରମ୍ଭ କରିଦେଲେଣି। ଏଭଳି ସ୍ଥିତିରେ ସାଧାରଣ େଲାକର ବଞ୍ଚିବାର ଅଧିକାର େକଉଁଠି ଅଛି?

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ ସମର୍ଥନ କରିଥିଲେ। କହିଥିଲେ, ମୃତ ବ୍ୟକ୍ତିକୁ କୌଣସି ପରିସ୍ଥିତିରେ ଅସମ୍ମାନ କରାଯାଇପାରିବ ନାହିଁ।

ବିେରାଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଥିଲେ, ସରକାରଙ୍କ ସାହାଯ୍ୟରେ େମଡିକାଲ କରିବେ। ନିଜର ମାଲିକାନା ଜାହିର କରିବେ? ସରକାରଙ୍କର େଯମିତି କିଛି ବି ଦେଣ ନେଣ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର େରାଗୀଙ୍କ ମୃତ ଦେହକୁ ଛାଡୁନାହାନ୍ତି। ତେବେ ଗୃହରେ କଣ େହବ?

ବିରୋଧୀ ଦଳ ନେତାଙ୍କ ଏଭଳି ପ୍ରତିକ୍ରିୟା ପରେ ବିଜେପି ବିଧାୟକମାନେ ପାଟିତୁଣ୍ଡ, ହଟ୍ଟଗୋଳ କରିଥିଲେ। ପରେ ବାଚସ୍ପତିଙ୍କ ନିେର୍ଦଶରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସେମାନଙ୍କୁ ଆସନକୁ େଫରାଇ େନଇଥିଲେ। ଏହା ପରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ମଧ୍ୟ ଘରୋଇ ମେଡିକାଲ ମନମାନି ସଂପର୍କରେ ତାଙ୍କ ବକ୍ତବ୍ୟ ବେଳେ ଠାରିଥିଲେ।

ଆମ୍ରିର ସ୍ପଷ୍ଟୀକରଣ
ଭୁବନେଶ୍ବର : ଦେବରାଜ ପଣ୍ଡାଙ୍କ ମୃତ୍ୟୁ ପରେ ଶବକୁ ବନ୍ଧା ପକାଇ ରଖାଯିବା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଆମ୍ରି ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ହୃଦରୋଗୀ ଶ୍ରୀ ପଣ୍ଡାଙ୍କୁ ଗତ ୧୭ ତାରିଖ ଅପରାହ୍‌ଣ ୧ଟା ୪୦ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଦିନ ତାଙ୍କର ପିଟିସିଏ ହେବା ସହିତ ସନ୍ଧ୍ୟା ୬ଟା ୨୦ରେ କ୍ୟାଥଲାବ୍‌ରୁ ସିସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ରୋଗୀ ଠିକ୍ ଥିବାବେଳେ ଗତକାଲି ରାତିରେ ଆଇସିୟୁରେ ତାଙ୍କର କାର୍ଡିଆକ୍ ‌ଏରିଥିମିଆ ସମସ୍ୟା ଦେଖାଦେଇଥିଲା। ଏହାର ତୁରନ୍ତ ଚିକିତ୍ସା କରାଯାଇଥିଲା। କିନ୍ତୁ ସେ ଭଲହୋଇ ନ ଥିଲେ। ରାତି ୨ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆବଶ୍ୟକ କାଗଜପତ୍ର କାମ ସରିବା ପରେ ତାଙ୍କର ମରଶରୀରକୁ ସକାଳ ୧୧ଟା ୧୫ ମିନିଟରେ ଛଡ଼ାଯାଇଥିଲା। ଏପରିକି ପରିବାରକୁ ସହାୟତା ବାବଦରେ ମେଡିକାଲ ବିଲ୍‌ରୁ ୬୦ ହଜାର ଟଙ୍କା ଛାଡ଼ କରି ଦିଆଯାଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଛନ୍ତି।

ସମ୍ବନ୍ଧିତ ଖବର