ଭୁବନେଶ୍ବର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ନୂତନ ସଭାପତି ଭାବେ ଆଇନଜୀବୀ ପତିତପାବନ ପଣ୍ଡା ମନୋନୀତ ହେବା ନେଇ ଖବର ପ୍ରକାଶ ପରେ ଓଡ଼ିଶା ଶାଖା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ପରିଷଦ ପକ୍ଷରୁ ଏ ନେଇ ଏକ ବିବୃତିରେ କୁହାଯାଇଛି ଯେ ୧୯୮୫ ଠାରୁ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଜାତୀୟ ସଭାପତି ସଞ୍ଜୀବ ରେଡ୍ଡୀଙ୍କ ନେତୃତ୍ବରେ ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରୁଛନ୍ତି। ତେଣୁ ନୂତନ ସଭାପତି ମନୋନୀତ ହେବା ନେଇ ଯେଉଁ ଖବର ପ୍ରକାଶ ପାଇଛି, ସେଥିରେ କୌଣସି ସତ୍ୟତା ନ ଥିବା ରାଜ୍ୟ ଶାଖା ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ମହିଳା ଶାଖା ସଭାନେତ୍ରୀ ପ୍ରଣତି ମିଶ୍ର, ଯୁବ ଶାଖା ସଭାପତି ସତ୍ୟବ୍ରତ ନାୟକ ପ୍ରମୁଖ କହିଛନ୍ତି।
ଅନ୍ୟପକ୍ଷରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଆଇଏନ୍ଟିୟୁସିର ସର୍ବଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ଦୁବେଙ୍କ ଦ୍ବାରା ମୁଁ ଓଡ଼ିଶା ଶାଖା ସଭାପତି ଭାବେ ମନୋନୀତ ହୋଇଛି। ଏ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣ ରହିଛି।