ଚଣ୍ତିଖୋଲ : ଶହଶହ ଏକର ଚାଷଜମିକୁ ଘରବାରି କିସମ ପରିବର୍ତ୍ତନ କରିବାକୁ ଏକ ଘରୋଇ କମ୍ପାନି ମସୁଧା ଚଳାଇଥିବା ନେଇ ବହୁ ଚାଷୀ ଅଭିଯୋଗ କରିଛନ୍ତି। ଦର୍ପଣ ତହସିଲ୍ ଖଇରା ପଞ୍ଚାୟତ କଡ଼ାଇ ରାଜସ୍ବ ମୌଜାର ଶତାଧିକ ଏକର ଜଳସେଚିତ ଚାଷ ଜମିକୁ ୟୁ.ଏମ.ଏସ.ଏଲ ନାମକ ଏକ ଘରୋଇ କମ୍ପାନି କିଣିବା ପରେ କିସମ ପରିବର୍ତ୍ତନ ପାଇଁ ଆବେଦନ କରି ସେଥିରେ ମାଟି ପକାଇଛି। ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ବ ନଦେଇ ତହସିଲ୍ କର୍ତ୍ତୃପକ୍ଷ କମ୍ପାନିକୁ ଅନୁକମ୍ପା ଦେଖାଉଥିବା ନେଇ ନବନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ ଗଣେଶ୍ବର ବରାଳ, ଖଇରା ସରପଞ୍ଚ ସଂଯୁକ୍ତା ମଲ୍ଲିକ ଓ ସମିତିସଭ୍ୟା ରଶ୍ମିତା ମଲ୍ଲିକ ଅଭିଯୋଗ ଉଠାଇଛନ୍ତି।
କିସମ ପରିବର୍ତ୍ତନ ବନ୍ଦ୍ ନହେଲେ ବଡ଼ଧରଣର ଚାଷୀ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। କଂପାନି ଏହି ଜମିରେ ପାଉଁଶ ପକାଇ ପୋତିବା ସହ ପାଚେରି ନିର୍ମାଣ କରିଛି। ଫଳରେ ଅବଶିଷ୍ଟ ଚାଷଜମିରୁ ଜଳ ନିଷ୍କାସନ ହୋଇପାରୁନଥିବାରୁ ଧାନ ଫସଲ ନଷ୍ଟ ହେଉଛି। ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି। ଏହାକୁ ନେଇ ୨୦୨୦ ଡିସେମ୍ବର ଓ ୨୦୨୧ ମାର୍ଚ୍ଚରେ ଚାଷୀମାନେ ବିରୋଧ କରି ଯାଜପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ଅବଶିଷ୍ଟ ଚାଷଜମିର କିସମ ପରିର୍ତ୍ତନ ହୋଇପାରିନଥିଲା। ଏବେ ପୁଣି କିସମ ବଦଳାଇବାକୁ ଦର୍ପଣ ତହସିଲରେ ୫୨ ଗୋଟି ଓ.ଏଲ.ଆର କରିଥିବା ଜଣାଯାଇଛି। ଏହାକୁ ଚାଷୀମାନେ ବିରୋଧ କରି ରଦ୍ଦ କରିବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/22-8.jpg)