କେନ୍ଦ୍ରାପଡ଼ା : ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଅଣ୍ତାମାଡ଼, ବିରୋଧ ଓ କଳାପ୍ରଦର୍ଶନ ଜାରି ରହିଛି। ବିରୋଧୀ ବିଜେପି ଓ କ˚ଗ୍ରେସର ଏପ୍ରକାର ବିରୋଧ ଶନିବାର ଦିନ କେନ୍ଦ୍ରାପଡ଼ାରେ ବି ଦେଖିବାକୁ ମିଳିଛି। ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଜିଲ୍ଲାର ୩୦ଟି ସ୍ମାର୍ଟ ହାଇସ୍କୁଲ୍‌ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଯୁବ ଓ ଛାତ୍ର କ˚ଗ୍ରେସ ପକ୍ଷରୁ ତିନିମୁହାଣୀସ୍ଥିତ କଲେଜ ଛକରେ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିବା ବେଳେ ବିଜେପି ଯୁବ ଓ ମହିଳା ମୋର୍ଚ୍ଚା କର୍ମୀମାନେ ଗୁଲନଗର ମାରୁତି ଛକରେ କଳା ପତାକା ଦେଖାଇ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ତାମାଡ଼ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା ଦୁହୁରିଆରୁ କେନ୍ଦ୍ରାପଡ଼ା ସରକାରୀ ବାଳିକା ହାଇସ୍କୁଲ୍‌ ସଭାସ୍ଥଳକୁ ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଉଥିବା ବେଳେ ବିରୋଧୀ ଅଣ୍ଡାମାଡ଼ କରିବା ସହ କଳା ପତାକା ଦେଖାଇଥିଲେ।

Advertisment

ପୁଲିସ ଘଟଣାସ୍ଥଳରୁ ଉଭୟ ଦଳର କର୍ମୀଙ୍କୁ ବଳପୂର୍ବକ ଉଠାଇ ନେଇ ଅଟକ ରଖିଥିବା ସୂଚନା ମିଳିଛି। ଯୁବ କ˚ଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଛାତ୍ର କ˚ଗ୍ରେସ ସଭାପତି ପରଭେଜ ଅଖତର‌୍‌, ରାଜ୍ୟ ଛାତ୍ର କ˚ଗ୍ରେସ ସାଧାରଣ ସ˚ପାଦକ ବିଭୁତି ଭୂଷଣ ମହାପାତ୍ର, ରାଧାଶ୍ୟାମ ସ୍ବାଇଁ, ସାରଦା ପ୍ରସାଦ ନାୟକ, ସେକ୍‌ ଅମିର, ସେକ୍‌ ଆସିଫଙ୍କ ସମେତ ଅନ୍ୟ କର୍ମୀ ବିରୋଧ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। ସେହିପରି ମନ୍ତ୍ରୀଙ୍କ ବିରୋଧ କରିବା ପୂର୍ବରୁ ପୁଲିସ ଆଗୁଆ ପଦକ୍ଷେପ ସ୍ବରୂପ ବିଜେପି ଯୁବମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାସ, ଉପସଭାପତି ଶୋଭନ ଆଚାର୍ଯ୍ୟ, ସ˚ପାଦକ ରତିର˚ଜନ ଜେନା, ନଗର ସାଧାରଣ ସ˚ପାଦକ ସିଦ୍ଧାର୍ଥ ସି˚ହ ପ୍ରମୁଖଙ୍କୁ ଉଠାଇ ନେଇ ଅଟକ ରଖିଥିଲା। ସେହିପରି ଜିଲ୍ଲା ଅଖିଳ ଭାରତ ଅସ˚ଗଠିତ ଶ୍ରମିକ କ˚ଗ୍ରେସ ପକ୍ଷରୁ ମଧୢ ମନ୍ତ୍ରୀଙ୍କୁ ବିରୋଧ କରାଯାଇ ଲ କଲେଜ ଛକଠାରେ ଅଣ୍ତାମାଡ଼ କରାଯାଇଥିଲା। ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ସ˚ପୃକ୍ତ ଥିବା ଅଭିଯୋଗ ଆଣି ମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ସ˚ଗଠନ ପକ୍ଷରୁ ଏହି ବିରୋଧ କରାଯାଇଥିଲା। ସ˚ଗଠନର ଜିଲ୍ଲା ସଭାପତି ମୀର ମୁର୍ସିଦଙ୍କ ନେତୃତ୍ବରେ ଜିଲ୍ଲା କ˚ଗ୍ରେସ ସାଧାରଣ ସ˚ପାଦକ ସମ୍ବିତ ଶ୍ରୀଚନ୍ଦନ, ମୀର ରାହୁଲ, ମୀର ନସିମ, ଏସ୍‌.କେ. ଅଖତର, ମୀର ରସିଦ, ଆକାଶ କୁମାର ବଳ, ଚିତ୍ତର˚ଜନ ରାଉତ, ନରେଶ ବାହାଦୁର, ସତ୍ୟପ୍ରକାଶ ଦାସ, ଅଜିତ ଦାସ ପ୍ରମୁଖ ବିରୋଧ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।