ସୋନପୁର: ଅଫଲାଇନ ପରୀକ୍ଷାକୁ ବିରୋଧ କରି ସୋନପୁର କଲେଜ ଏବଂ ସୋନପୁର ମଡେଲ ଡିଗ୍ରି କଲେଜରେ ଶନିବାର ଯୁକ୍ତତିନି ଶେଷବର୍ଷ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମଡେଲ ଡିଗ୍ରି କଲେଜରେ ଛାତ୍ରଛାତ୍ରୀମାନେ ରାସ୍ତା ଉପରେ ନିଆଁ ଜଳାଇ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ସୋନପୁର କଲେଜର ଛାତ୍ରଛାତ୍ରୀମାନେ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଉଭୟ କଲେଜର ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ନଭେମ୍ବର ମାସରେ ପାଠପଢ଼ା ଆରମ୍ଭ ହେଲା ଏବଂ ଜାନୁଆରି ମାସରେ ଲକଡାଉନ ହେଲା। ଅନଲାଇନରେ କେତେ ଛାତ୍ରଛାତ୍ରୀ ଯୋଡ଼ି ହେଲେ ତ କେତେ ଯୋଡ଼ି ହୋଇ ପାରିଲେ ନାହିଁ। ଛାତ୍ରଛାତ୍ରୀ ଠିକ ଭାବରେ କ୍ଲାସ କରିପାରିଲେ ନାହିଁ। କୋର୍ସ ସରିନାହିଁ। ୬ ମାସର କୋର୍ସକୁ କେମିତି ଦୁଇ ମାସରେ ପଢ଼ି ପରୀକ୍ଷା ଦେବେ। ସେମିଷ୍ଟାର ୬କୁ ଆଉ ଦୁଇ ମାସ ରହିଲା। କେବେ ପାଠ ପଢିବେ ଆଉ କେବେ ପରୀକ୍ଷା ଦେବେ। ବାହାର ବିଶ୍ବବିଦ୍ୟାଳୟକୁ ଯେଉଁ ଛାତ୍ରଛାତ୍ରୀ ପଢ଼ିବାକୁ ଯିବେ ସେମାନେ କେବେ ନିଜକୁ ପ୍ରସ୍ତୁତ କରିବେ। ଏଣୁ ଅନଲାଇନ ମୋଡରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏଥିସହ ଶିକ୍ଷାମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ସୋନପୁର କଲେଜରେ ନରେନ ରଣା, ଶ୍ରବଣ ଥନାପତି, ରାଧେଶ୍ୟାମ ପୁରୋହିତ, ଯତୀନ୍ଦ୍ର ଧଳ, ରାଧାକାନ୍ତ ପ୍ରଧାନ, ଅଭିଷେକ ପ୍ରଧାନ, ଡିୟୁପ୍ଲେ ସାହୁ ଏବଂ ସୋନପୁର ମଡେଲ ଡିଗ୍ରି କଲେଜରେ ରଘୁନାଥ ମିଶ୍ର, ଜ୍ୟୋତିରଞ୍ଜନ ଭୋଇ, ଭରତ ଚନ୍ଦ୍ର ପୋଢ, ସୁବ୍ରତ ରଣା, ଈଶ୍ବର ବଗର୍ତ୍ତି, ଦୁଷ୍ମନ୍ତ ରଣା, ଧୀରଜ ମେହେର ପ୍ରମୁଖ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp