କଟକ : ୪ଫୁଟ୍ର ମୂର୍ତ୍ତି ଓ ପରଦା ଟାଣି ବିନା ଶ୍ରଦ୍ଧାଳୁରେ ପୂଜା କରାଯିବାକୁ ନେଇ ରାଜ୍ୟ ସରକାରଙ୍କ କଟକଣା ପ୍ରତିବାଦରେ କଟକ ସହରରେ କିଛିଦିନ ହେଲା ଜୋରଦାର ବିକ୍ଷୋଭ ପ୍ରତିବାଦ ହୋଇଆସୁଛି। ଆଜି ସେହି ନିଷ୍ପତ୍ତିକୁ ବିରୋଧ କରି ସହରବାସୀ ପ୍ରବଳ ବର୍ଷାରେ ଭିଜି, ରାସ୍ତାରେ ଆଣ୍ଠେଇ ପ୍ରତିବାଦ କରିଛନ୍ତି। ଲିଙ୍କ୍ରୋଡ୍ଠାରେ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏଭଳି ନିଆରା ବିକ୍ଷୋଭ କରାଯାଇଥିଲା। ରାଜ୍ୟ ସରକାର ପାର୍ବଣ କଟକଣାକୁ କୋହଳ ନ କଲେ ଏଭଳି ପ୍ରତିବାଦକୁ ଆହୁରି ବ୍ୟାପକ କରାଯିବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଅପରାହ୍ଣରେ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ କଟକର ୪୦ରୁ ଅଧିକ ସାମାଜିକ ସଂଗଠନର ସଭ୍ୟସଭ୍ୟା ମିଳିତ ଭାବେ ବର୍ଷାରେ ଭିଜି ରାସ୍ତାରେ ଆଣ୍ଠେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ସବୁ କ୍ଷେତ୍ରରେ କୋହଳ ଭାବ ପ୍ରଦର୍ଶନ କରିଥିବା ବେଳେ ପାର୍ବଣ ପାଇଁ କାହିଁକି ଏତେ କଟକଣା ରଖିଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। କଟକ ଦୁର୍ଗାପୂଜାରେ ପାରମ୍ପରିକ ଢଙ୍ଗରେ ମୂର୍ତ୍ତି ନିର୍ମାଣ ହେଉ, ବିନା ପରଦାରେ ପୂଜା ସଂପାଦନ ହେଉ ଓ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନର ସୁଯୋଗ ଦିଆଯିବାକୁ ସେମାନେ ଦାବି କରିଥିଲେ।