ଯୋଡ଼ା : ଜାତୀୟ ରାଜପଥରେ ଦୁଇଟି ଟୋଲ୍ପ୍ଲାଜା ମଧ୍ୟରେ ୬୦ କିମି ଦୂରତା ରହିବା ଦରକାର। କିନ୍ତୁ ୫୨୦ ନମ୍ବର ଜାତୀୟ ରାଜପଥରେ ୪୭ କି.ମି ଦୂରତା ମଧ୍ୟରେ ଦୁଇଟି ଟୋଲ୍ପ୍ଲାଜା ନିର୍ମାଣକୁ ବିରୋଧ କରିଛି ଯୋଡ଼ା ନାଗରିକ ମଞ୍ଚ। ଯୋଡ଼ା ବିଲେଇପଦାରେ ଟୋଲ୍ପ୍ଲାଜା ନିର୍ମାଣ ହେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ନାଗରିକ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଚେତାବନୀ ନିଆଯାଇଛି।
ଦୀର୍ଘ ୨୦ ବର୍ଷ ହେବ ରାଜାମୁଣ୍ତା–ରିମୁଳି ୫୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ସମାପ୍ତ ହୋଇନାହିଁ। ଏଭଳି ସ୍ଥିତିରେ ବିଲେଇପଦା କାରଣସାହିଠାରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଟୋଲ୍ପ୍ଲାଜା ନିର୍ମାଣ କରୁଛନ୍ତି। ଯାହା କେନ୍ଦୁଝର ବନାଯୋଡ଼ିଠାରେ ଥିବା ଟୋଲ୍ପ୍ଲାଜାଠାରୁ ମାତ୍ର ୪୭ କିମି ଦୂର। ନିୟମ ଅନୁସାରେ, ଦୁଇଟି ଟୋଲ୍ପ୍ଲାଜା ମଧ୍ୟରେ ଦୂରତା ୬୦ କିମି ହେବା ଦରକାର। କିନ୍ତୁ ଏଠାରେ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଟୋଲ୍ପ୍ଲାଜା ନିର୍ମାଣ କରାଯାଉଛି। ଏହାଦ୍ବାରା ସ୍ଥାନୀୟ ଲୋକେ ଗାଡ଼ି ଧରି ଘରୁ ବାହାରିଲେ ଟଙ୍କା ଗଣିବେ। ତେଣୁ ତୁରନ୍ତ ବିଲେପଦାରେ ହେଉଥିବା ଟୋଲ୍ପ୍ଲାଜା ନିର୍ମାଣ କାମ ବନ୍ଦ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ନଚେତ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ଏହି ସମ୍ବାଦିକ ସମ୍ମିଳନୀରେ ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ତା, ସମିତି ସଭ୍ୟ ଯୁଧିଷ୍ଠିର ପଲେଇ, ଦେଓଝରର ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ନାଏକ, ଅଁଶେଇକଳା ସରପଞ୍ଚ ଦିଲୀପ କୁମାର ନାଏକ, ସମିତି ସଭ୍ୟ ଦେବେନ୍ଦ୍ର ମୁଣ୍ତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୀର ନାଏକ, ବରିଷ୍ଠ ନାଗରିକ ବେଣୁମାଧବ ନାଏକ, ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ଶ୍ରମିକ ସଂଘ ସଂପାଦକ ଦେବେନ୍ଦ୍ର ବାରିକ, ଯୁବ ସଂଗଠକ ମନବୋଧ ବେହେରା, ଚମକପୁର ସରପଞ୍ଚ ନରହରି ନାଏକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ee5addb4-e288-430a-a4c3-5880b3fab57b.jpg)