ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ପରୀକ୍ଷାଫଳ ପ୍ରକାଶିତ : ୧୬ଜଣଙ୍କ ନାମ ସୁପାରିସ କଲା ଓପିଏସ୍‌ସି

କଟକ : ଓପିଏସ୍‌ସି ପକ୍ଷରୁ ଗୁରୁବାର ଓଡ଼ିଶା ରାଜ୍ୟ ପ୍ରସିକ୍ୟୁସନ୍‌ ସର୍ଭିସ୍‌ ଅନ୍ତର୍ଗତ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ଗ୍ରୁପ୍‌ ଏ’ ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇଛି। ଏଥିରେ ୧୬ଜଣ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲାବେଳେ ଓପିଏସ୍‌ସି ସେମାନଙ୍କ ନାମକୁ ସରକାରଙ୍କୁ ସୁପାରିଶ କରିଛି। ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ହେଉଛନ୍ତି, ରାଜଶ୍ରୀ ମହାପାତ୍ର, ଦେବାଶିଷ ମହାକୁଡ଼, ସିପ୍ରାଞ୍ଜଳି ସ୍ବାଇଁ, ସୀତାକାନ୍ତ ଦାସ, ବିକ୍ରମ କୁମାର କୁଣ୍ତ, ସଲିଳ କୁମାର ପ୍ରଧାନ, ବୃନ୍ଦାବନ ନାୟକ, ଚନ୍ଦ୍ରକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ନାଗ୍‌, ସୁବାସ ଚନ୍ଦ୍ର ମହନ୍ତ, ରଶ୍ମିରେଖା ଦେଓ, ନିନେନ୍ଦୁ ର˚ଜନ ଦାସ, ମଧୁସ୍ମିତା ସାହାଣୀ, ମହେନ୍ଦ୍ର କୁମାର ନାଗ୍‌, ପ୍ରଶାନ୍ତ କୁମାର ମଲ୍ଲିକ, ମନୋଜ କୁମାର ଏକ୍କା। ୨୦୧୭-୧୮ ମସିହାରେ ୨୧ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ପଦ ପାଇଁ ବିଜ୍ଞପ୍ତି ବାହାରିଥିଲାବେଳେ ଗୁରୁବାର ୧୬ଜଣଙ୍କ ନାମକୁ ଓପିଏସ୍‌ସି, ସରକାରଙ୍କୁ ସୁପାରିଶ କରିଛି।

ସମ୍ବନ୍ଧିତ ଖବର