ଓପିଏସ୍‌ସିର ବାର୍ଷିକ ରିପୋର୍ଟ: ୫୭୧ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଅଧିକାରୀଙ୍କ ନିଯୁକ୍ତି ସୁପାରିସ୍

କଟକ : ଓଡ଼ିଶା ପବ୍ଲିକ୍ ସର୍ଭିସ୍‌ କମିସନ(ଓପିଏସସି)ର ୨୦୨୦-୨୧ ବର୍ଷର ବ‌ାର୍ଷିକ ରିପୋର୍ଟ ପ୍ରକ‌ାଶ ପାଇଛି।

ରିପୋର୍ଟରେ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ତାଙ୍କ ବାର୍ତ୍ତାରେ ୨୦୨୦-୨୧ ବର୍ଷରେ କୋଭିଡ୍‌ ଭଳି ମହାମାରୀ ଆହ୍ବାନ ସତ୍ତ୍ବେ ଓପିଏସସି ପଛକୁ ହଟିନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସମସ୍ତ କଟକଣା ଓ ବାରଣ ସତ୍ତ୍ବେ ଓପିଏସସି ୧୭ଟି ବିଭାଗ ପାଇଁ ୫୭୧ ଜଣ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କୁ ସୁପାରିସ କରିପାରିଛି। ସେହିଭଳି ୨୦୨୦-୨୧ରେ ୬୧୭ ଜଣ ଅଧିକାରୀଙ୍କୁ ପଦୋନ୍ନତି ଓ ୨୦୬ଟି ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା କରିପାରିଥିବା ଦର୍ଶାଇଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ରକ୍ଷା କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ନିଯୁକ୍ତି କ୍ୟ‌ାଲେଣ୍ଡର ପ୍ରକାଶ କରାଯାଇଛି। ଏଥିସହିତ ବୈଷୟିକ ଜ୍ଞାନକୌଶଳ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଅନ୍‌ଲାଇନ ପୋର୍ଟାଲର ବିକାଶ କରାଯାଇଛି। କମ୍ପ୍ୟୁଟର ବେସଡ୍ ରିକ୍ରୁଟମେଣ୍ଟ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍(ସିବିଆରଇ) ମାଧ୍ୟମରେ କରାଯାଉଛି।

ସମ୍ବନ୍ଧିତ ଖବର