ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗୁରୁବାର ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ୨୪ ମହିଳା ପ୍ରାର୍ଥୀଙ୍କ ସମେତ ୩୩ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ରହିଛନ୍ତି ।
ସଫଳ ହୋଇଥିବା ପ୍ରାର୍ଥୀଙ୍କ ତାଲିକାରେ ନୟାଗଡ଼ ଖଣ୍ଡପଡାର ସୋମେଶ ରଣବିଜୁଳି (ରୋଲ୍ ନମ୍ବର ୨୦୦୧୧୩) ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ, ଅରୁଣିମା ପତି (୨୪୦୦୦୯୧) ଏବଂ ପାୟଲ୍ ଆଟ୍ଟା (୪୦୦୪୪୯) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଅଧିକ ପଢ଼ନ୍ତୁ: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କର ସଂଖ୍ୟା କେତେ: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ଓପିଏସସି ଦ୍ବାରା ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି, ସମସ୍ତଙ୍କ ଅବଗତି ପାଇଁ ଜଣାଯାଉଛି ଯେ, କମିସନ ଏଠାରେ ୨୦୨୩-୨୪ର ବିଜ୍ଞାପନ ସଂଖ୍ୟା ୩୦ ଅନୁଯାୟୀ, ଓଡ଼ିଶା ନ୍ୟାୟିକ ସେବା-୨୦୨୩ରେ ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟତା କ୍ରମରେ ୩୩ (୨୪-ମହିଳା) ପ୍ରାର୍ଥୀଙ୍କ ନାମ (ତାଲିକା ସଂଲଗ୍ନ) ସୁପାରିଶ କରାଯାଇଛି।
/sambad/media/media_files/2025/03/13/sPbQhDEhAemYvfdO4nBq.jpg)
/sambad/media/media_files/2025/03/13/HslcuPY2YVvfa9lqoqmi.jpg)
ସମ୍ପର୍କିତ ପ୍ରାର୍ଥୀମାନଙ୍କୁ ବିବରଣୀ ପାଇଁ କମିସନର ୱେବସାଇଟ୍ (www.opsc.gov.in) ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଏଥିରେ କୁହାଯାଇଛି।
ଅଧିକ ପଢ଼ନ୍ତୁ: କୌଣସି ଭାରତୀୟ ଅଭିନେତ୍ରୀଙ୍କ ପାଖରେ ନଥିବା କାର୍ କିଣିଲେ ଉର୍ବଶୀ