ଓଜେଏସ୍ ପରୀକ୍ଷାରେ ୪୧ କୃତକାର୍ଯ୍ୟ : ଈପ୍‌ସିତା ଅଭିନନ୍ଦିତା ମିଶ୍ର ଟପର୍

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପରିଚାଳଳିତ ଓଡ଼ିଶା ବିଚାରବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୪୧ ଜଣ କୃତକାର୍ଯ୍ୟ ହୋଇ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟଷଣ ୧୫ ଜଣ ପୁରୁଷ ଓ ୨୬ ଜଣ ମହିଳା ଅଛନ୍ତି। ଈପସିତା ଅଭିନନ୍ଦିତା ମିଶ୍ର ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନ୍ମୟରଂଜନ ଦାସ ଦ୍ବିତୀୟ ଏବଂ ଶ୍ରୁତକୀର୍ତ୍ତି ଆଚାର୍ଯ୍ୟ ତୃତୀୟ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ଓଜେଏସର ୪୩ଟି ପଦବି ପୂରଣ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଲିଖିତ ପରୀକ୍ଷାରେ ୬୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଜୁନ ୫ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଜୁଲାଇ ୧୫ ତାରିଖରୁ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବା ସହ ଆଜି ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ନାମ ତାଲିକା ଓପିଏସସି ପକ୍ଷରୁ ପ୍ରକାଶ କରାଯାଇଛି।

ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଋତି ତ୍ରିପାଠୀ, ଚିନ୍ମୟ ଦାସ, ଶ୍ରୀମୟୀ ନନ୍ଦ, ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ, ଋତିକା ଗର୍ଗ, ପ୍ରକାଶ କୁମାର କର, ତସଲିମା ଦାସ, ଅଙ୍ଗସ୍ବରୂପା ଚାଟାର୍ଜୀ, ତରୁଣ କୁମାର ସେଠୀ, ଋତିକା ଜେନା, ହିତଶ୍ରୀ ବେହେରା, ଶୁଭଙ୍କର ମହାନ୍ତି, ପ୍ରଚେତା ପ୍ରିୟଦର୍ଶିନୀ ମହାପାତ୍ର, ପ୍ରବୀଣ କୁମାର ହୋତା, ଶ୍ରାବଣୀ ଆଚାର୍ଯ୍ୟ, ମନୋଜ କୁମାର ଦାସମହାପାତ୍ର, ପୂଜା ପ୍ରିୟଦର୍ଶିନୀ ପତି, ସତ୍ୟନାରାୟଣ ଦାଶ, ଦେବଶ୍ରୀ ଦାସ, ପଲ୍ଲବୀ ପ୍ରିୟଦର୍ଶିନୀ ଦାଶ, ହରମୋହନ ଦାଶ, ପରିଣିତା ନାୟକ, ସ୍ମିତାଶ୍ରୀ ବାଣୀକଲ୍ୟାଣୀ ମିଶ୍ର, ପ୍ରଜ୍ଞା ରାଉତ, ଏ. ଅବିନାଶ ନାଇଡୁ, ପ୍ରେରଣାଶ୍ରୀ ଦେଓ, ସୌମ୍ୟାଶ୍ରୀ ମହାପାତ୍ର, ସୁମନ୍ତ କୁମାର ପଟ୍ଟନାୟକ, ନାଜେଦା ଖାତୁନ, ମୋନାଲି ବେହେରା, ଅନୁସମ ଦାସ, ପ୍ରଦୋଷ କୁମାର ଦାଶ, ସୋନସି ସେନାଇଲ, ସୋମେଶ ସୌମ୍ୟଜିତ ପଣ୍ଡା, ସୋନାଲି ମହାନ୍ତି, ଶ୍ରେୟା ଋତୁପର୍ଣ୍ଣା ସାହୁ, ସୁଧାଶ୍ରୀ ସୁରଝଲିଆ ଓ ଅଶ୍ବିନୀ କୁମାର ସାହୁ।

ସମ୍ବନ୍ଧିତ ଖବର