ରେକର୍ଡ କଲା ଓପିଟିସିଏଲ, ଗୋଟିଏ ଦିନରେ ୪ ବୃହତ ଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ

ଭୁବନେଶ୍ବର : କୋଭିଡ୍‌ ମହାମାରୀ ସମୟରେ ୫ ବୃହତ ଶକ୍ତି ପ୍ରକଳ୍ପର କାର୍ଯ୍ୟକ୍ଷମ କରାଇ ରେକର୍ଡ ସୃଷ୍ଟି କରିଛି ଓପିଟିସିଏଲ। ଗତ ୩୧ ତାରିଖରେ ଓପିଟିସିଏଲ ଏହି ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଇ ଓଡ଼ିଶାର ଶକ୍ତି ସଂଚାରଣ କ୍ଷେତ୍ରକୁ ସୁଦୃଢ଼ କରିଛି।

ଭୁବନେଶ୍ବରସ୍ଥିତ ୟୁନିଟ-୮ସବ୍‌ଷ୍ଟେସନରେ ୪୦ ଏମ୍‌ଭିଏ କ୍ଷମତାର ୧୩୨ କେଭି ଟ୍ରାନ୍ସଫର୍ମର ଚାର୍ଜ ହୋଇଛି। ଯାହା ଓଡ଼ିଶା ବିଧାନସଭା, ଲୋକସେବା ଭବନ, କ୍ୟାପିଟାଲ ହସ୍ପିଟାଲ, ଫରେଷ୍ଟ ପାର୍କ ଏବଂ ବରମୁଣ୍ଡା ଅଞ୍ଚଳରେ ବିଦ୍ୟୁତ ସରବରାହକୁ ସୁଦୃଢ଼ କରିବ। ଚାନ୍ଦବାଲିଠାରେ ଦୁଇଟି ୧୩୨ କେଭି ଫିଡର ଚାର୍ଜ ହୋଇଛି। ବିଜୟନଗର-ଟିଟଲାଗଡ଼-ଝାରସୁଗୁଡ଼ା ରେଳବାଇ ସେକ୍ସନ ପାଇଁ ସ୍ବତନ୍ତ୍ର ୧୩୨ କେଭି ରେଳବାଇ ଟ୍ରାକ୍ସନ ଫିଡର କାର୍ଯ୍ୟକ୍ଷମ ହୋଇଛି। ସେହିପରି ନୂତନ ବରଗଡ଼ ସବ୍‌ଷ୍ଟେସନରେ ୪୦ ଏମ୍‌ଭିଏ କ୍ଷମତାର ୧୩୨ କେଭି ଟ୍ରାନ୍ସଫର୍ମର ଚାର୍ଜ ହୋଇଛି। ଯାହା ପଶ୍ଚିମ ଓଡ଼ିଶାର ବୃହତ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକ ପାଇଁ ବେଶ୍‌ ସହାୟକ ହୋଇପାରିବ ବୋଲି ଓପିଟିସିଏଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର