ରାଜ୍ୟର ବିଭିନ୍ନ ସ୍ଥାନରୁ ମନୋନୀତ ନର୍ସଙ୍କୁ ସ୍ୱତନ୍ତ୍ର ନର୍ସିଂ ତାଲିମ ଦେଉଛି ‘ଅରେଞ୍ଜକ୍ରସ୍’

ସୁଲଭ ମୂଲ୍ୟରେ ବରିଷ୍ଠ ନାଗରିକଙ୍କ ସେବା ପ୍ରଦାନ କରୁଛି ସଂସ୍ଥା

ଭୁବନେଶ୍ବର: ଅରେଞ୍ଜକ୍ରସ ଏକ ଓଡ଼ିଶା ଭିତ୍ତିକ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ, ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୪ ବର୍ଷ ହେଲା ଗୌରବମୟ ସେବା ଦେଇ ଆସୁଛି।  ଗତ ୪ ବର୍ଷ ମଧ୍ୟରେ କମ୍ପାନିର କାମ ଓଡ଼ିଶାରେ ଅନେକ ଲୋକଙ୍କ ମନକୁ ଛୁଇଁଛି । କମ୍ପାନି ବର୍ତ୍ତମାନ ଭୁବନେଶ୍ୱର, କଟକ ସହିତ ଆନ୍ଧ୍ରପ୍ରଦେଶର ବିଶାଖାପାଟ୍ଟନମରେ କାର୍ଯ୍ୟ କରୁଛି ଏବଂ ବେଙ୍ଗାଲୁରୁରେ ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ସର୍ବୋଚ୍ଚ ଗୁଣର ସେବା ପ୍ରଦାନ କରିବାକୁ ଅରେଞ୍ଜକ୍ରସ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଅଧିନରେ ଏକ ତାଲିମ କାର୍ଯ୍ୟକ୍ରମ ପରିଚାଳନ କରୁଛି । ଏହି କାର୍ଯ୍ୟକ୍ରମରେ ସାର୍ଟିଫିକେଟ ଲାଭ କରିଥିବା ଏଏନଏମ ନର୍ସମାନେ ସ୍ୱାଧୀନ ଭାବରେ ଘରେ ଘରେ ରୋଗୀ ସେବା ଏବଂ ଜୀବନ ସହାୟତା ଉପକରଣ ପରିଚାଳନା କରିବାରେ ଦକ୍ଷ ଅଟନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରୁ ମନୋନୀତ ନର୍ସମାନଙ୍କୁ ସ୍ୱତନ୍ତ୍ର ଘରୋଇ ନର୍ସିଂ ତାଲିମ ଦିଆଯାଉଛି ଏବଂ ପରବର୍ତ୍ତୀ  ସମୟରେ ସେମାନଙ୍କୁ ଦୀର୍ଘକାଳୀନ ବୃତ୍ତି ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି। ଏହିପରି ଭାବରେ ଅରେଞ୍ଜକ୍ରସ ନିଯୁକ୍ତି ଏବଂ ଲିଙ୍ଗଗତ ସମାନତା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରେ।

ଅରେଞ୍ଜକ୍ରସ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ବିଶେଷ ଭାବରେ ପରିବାର ବିନା ସହରରେ ଏକା ରହୁଥିବା ବରିଷ୍ଠ ନାଗରିକଙ୍କୁ  ସୁଲଭ ମୂଲ୍ୟରେ ମିଳିଥାଏ । ବର୍ଦ୍ଧିତ ମନିଟରିଙ୍ଗ ଏବଂ ନର୍ସିଂ ଆବଶ୍ୟକ କରୁଥିବା ରୋଗୀମାନଙ୍କ ପାଇଁ ଏହା ଉପଯୋଗୀ ଅଟେ । ଜୁନ ୨୦୧୮ରେ ଅରେଞ୍ଜକ୍ରସକୁ ଓଡ଼ିଶା ସରକାର ଏକ ଷ୍ଟାର୍ଟଅପ୍‌ ଉଦ୍ୟୋଗ ଭାବରେ ମାନ୍ୟତା ଦେଇଥିଲେ। ଏହା ହୋମ ନର୍ସିଂ ପାଇଁ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଲାଇସେନ୍ସ ମଧ୍ୟ ପାଇଛି । ସିଇଓ ଅଜୟ ଭଞ୍ଜଙ୍କ ମତରେ ଅରେଞ୍ଜକ୍ରସ ଘରୋଇ ସ୍ୱାସ୍ଥ୍ୟସେବୀଙ୍କ କ୍ୟାରିୟରରେ ଏକ ସମ୍ମାନସ୍ପଦ ମୂଲ୍ୟ ସ୍ଥାପନ କରିବାରେ ସଫଳ ହୋଇଛି । ଏହା ବ୍ୟତୀତ ଘରୋଇ ସ୍ୱାସ୍ଥ୍ୟସେବାକୁ ମୁଖ୍ୟ ସେବା ଇକୋସିଷ୍ଟମର ଏକ ଅଭିନ୍ନ ଅଙ୍ଗ ଭାବରେ ପ୍ରସ୍ଥାପନ କରିବାକୁ ଅରେଞ୍ଜକ୍ରସ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର