୭୧୯ ଅନାଥ ଶିଶୁଙ୍କ ସଂପର୍କରେ ରିପୋର୍ଟ ପ୍ରଦାନ ନିର୍ଦ୍ଦେଶ

ଯାଜପୁର : ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ୭୧୯ ଅନାଥ ଶିଶୁଙ୍କ ମୌଳିକ ଅଧିକାରକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ରାୟକୁ ଭିତ୍ତି କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର) ଆଜି ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି। ଅନାଥ ଶିଶୁଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ୩ଦିନରେ ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଦାନଗଦୀ ବ୍ଲକର ଚାନ୍ଦିଆ ପଞ୍ଚାୟତର ଅଙ୍କୁରାପାଳର ଠାକୁରାସାହିର ବହୁ ଶିଶୁ ପିତାମାତାଙ୍କୁ ହରାଇଛନ୍ତି। କିଆଝର ପଞ୍ଚାୟତରେ ସର୍ବାଧିକ ୧୫୯ଜଣ ଅନାଥ ଶିଶୁ ଥିବା ବେଳେ ଧୂଳିଗଡ଼ରେ ୯୩ଜଣ, ଚିତ୍ରିରେ ୭୯ଜଣ, ନଡ଼ିଆଭଙ୍ଗାରେ ୫୨ଜଣ, ଶାଳିଜଙ୍ଗା ୫୩ଜଣ, ତ୍ରିଜଙ୍ଗା ୪୪ଜଣ, ପଙ୍କପାଳ ୩୩ଜଣ, ରାଛିପୁର ୨୨ଜଣ, ଯଖପୁରାରେ ୨୭ଜଣ, ଚାନ୍ଦିଆରେ ୨୩ଜଣ, ଓଲଳରେ ୩୩ ଜଣ, ନଛିପୁରାରେ ୨୬ଜଣ, ଖପୁରିଆପଦାରେ ୧୩ଜଣ, ବାଙ୍ଗରକୋଟାରେ ୨୪ଜଣ ଓ ଓସ୍ତପାଳ ୩୬ଜଣ ଏଭଳି ମୋଟ ୭୧୯ଜଣ ଅନାଥ ଶିଶୁ ଥଇଥାନ ଅପେକ୍ଷାରେ ଥିବା ଆୟୋଗଙ୍କୁ ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର