ଭୁବନେଶ୍ୱର : ନଭେମ୍ବର ୨୬ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସମ୍ମିଟିଭ୍ ଆସେସ୍ମେଣ୍ଟ(ଏସ୍ଏ)-୧ ଅନୁଷ୍ଠିତ ହେବାକୁ ଯାଉଛି। ଡିସେମ୍ବର ୨୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆସେସ୍ମେଣ୍ଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଉପରେ ଅଧିକ ଗୁରୁତ୍ବାରୋପ କରିବାକୁ କୁହାଯାଇଛି। ଓସେପା ଅତିରିକ୍ତ ନିର୍ଦେଶକ(ଜେନେରାଲ) ରଜନୀ ଜାନୀ ବୁଧବାର ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ଗାଇଡ୍ଲାଇନ୍ ଅନୁଯାୟୀ ପରୀକ୍ଷା ବେଳେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ସ୍କ୍ରାଇବ୍ ବା ହେଲ୍ପର ରାଇଟର୍ଙ୍କୁ ଅନୁମତି ପ୍ରଦାନ କରାଯିବ। ଏଥିସହ ଘଣ୍ଟା ପିଛା ୨୦ ମିନିଟ୍ ଲେଖାଏ ଅଧିକ ସମୟ ଦିଆଯିବ। ଯେତେଦୂର ସମ୍ଭବ ଦିବ୍ୟାଙ୍ଗ ପିଲାଙ୍କ ପରୀକ୍ଷା ବିଲଡିଂର ତଳ ମହଲାରେ ବ୍ୟବସ୍ଥା କରିବା ଦିଗରେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନେ ପଦକ୍ଷେପ ନେବେ। ସେଠାରେ ଦିବ୍ୟାଙ୍ଗଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ବି ଉପଲବ୍ଧ କରାଯିବା ଆବଶ୍ୟକ। ୨୦୨୦ ବୋର୍ଡ ପରୀକ୍ଷା ଲାଗି ଜାରି ହୋଇଥିବା ଗାଇଡ୍ଲାଇନ୍କୁ ଏହି ପରୀକ୍ଷାରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।
ଏସ୍ଏ-୧ରେ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦେଶ
/sambad/media/post_attachments/wp-content/uploads/2021/11/stu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)