ନିଲମ୍ବିତ ରିଟେଲରଙ୍କୁ ୧ ଲକ୍ଷ ୨୮ ହଜାର ଫେରସ୍ତ ନିର୍ଦ୍ଦେଶ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତର ରିଟେଲର୍ ଅକ୍ଷୟ କୁମାର ପଣ୍ଡା ୧୨ଜଣ ଲୋକଙ୍କର ରାସନ ହଡ଼ପ ଘଟଣାରେ ନିଲମ୍ବିତ ହୋଇଥିଲେ।  ରାସନ ବାବଦକୁ  ୧ଲକ୍ଷ ୨୮ହଜାର ୩୬୬ ଟଙ୍କା ସରକାରୀ ତହବିଲକୁ ଫେରସ୍ତ କରିବାକୁ ଉପଜିଲ୍ଲାପାଳ ଗତକାଲି ନୋଟିସ୍ କରିଛନ୍ତି।

ପ୍ରକାଶ ଥାଉକି ଚିଠି ନମ୍ବର ୧୦୬୯ ତା ୧୫/୧୧/୨୨ରେ ଉପଜିଲ୍ଲାପାଳ  ଗୋପିନାଥ କୁଅଁର ଦର୍ଶାଇଛନ୍ତି ଯେ ୧୨ଜଣ ରାସନ କାର୍ଡ଼ଧାରୀଙ୍କର ୨୦୨୦ ଜାନୁଆରିରୁ ୨୦୨୧ ନଭେମ୍ବର ପର୍ଯ୍ୟନ୍ତ  ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ୩୪.୫୯‌କ୍ବିଣ୍ଟାଲ, ଗହମ ୭୬ କିଲୋଗ୍ରାମ, ପିଏମ୍‌ଜେକେଏୱାଇର ୨୦ କିଲୋଗ୍ରାମ ଗହମ, କିରାସିନି ୪୧୪ଲିଟର ହଡ଼ପ ହୋଇଛି। ଯାହାକି ଡେପୁଟି କଲେକ୍ଟରଙ୍କ ଦ୍ବାରା ଗତ ଜାନୁଆରି ୨୫ତାରିଖରେ ତଦନ୍ତରେ ପ୍ରମାଣିତ ହୋଇଛି। ବଡଚଣା ବ୍ଲକ୍ ଯୋଗାଣ ବିଭାଗ ଇନ୍‌ସ୍ପେକ୍ଟର ଗତ ସେପ୍ଟ‌େମ୍ବରରେ ରି‌ପୋର୍ଟ ପ୍ରଦାନ କରିଛନ୍ତି।

ଭଗବାନ ସେଠୀ ଓ ଅନ୍ୟମାନେ  ୨୦୨୧ ଡିସେମ୍ବର ୨୦ରେ ରାସନ ହଡ଼ପ ସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗର ସତ୍ୟାସତ୍ୟ ତଦନ୍ତରେ ପ୍ରମାଣିତ ହେବା ପରେ  ରାସନ ସାମଗ୍ରୀ ହଡ଼ପ ବାବଦକୁ ମୋଟ  ୧ଲକ୍ଷ ୨୮ହଜାର ୩୬୬.୯୬ ଟଙ୍କା ସରକାରୀ ତହବିଲରେ ଜମା କରିବାକୁ ଉପଜିଲ୍ଲାପାଳ ଶ୍ରୀ କଅଁର ଗତକାଲି ନୋଟିସ୍‌ କରିଛନ୍ତି। ୭ଦିନ ମଧ୍ୟରେ ଯଦି ଏହି ଅର୍ଥ ପୈଠ ନକରନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ କୁଅଁର ନିଲମ୍ବିତ ରିଟେଲରଙ୍କୁ ସତର୍କ କରାଇ ଦେଇଛନ୍ତି। ଏ ସମ୍ପର୍କରେ  ବଡ଼ଚଣା ବିଡିଓ, ଏମ୍‌ଆଇ ଓ ସିଏସଓଙ୍କୁ ମଧ୍ୟ ଉପଜିଲ୍ଲାପାଳ ଜଣାଇଦେଇଛନ୍ତି।

ସମ୍ବନ୍ଧିତ ଖବର