ଭୁବନେଶ୍ବର : ନୂଆ କରି ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟ ଅଧୀନ କଲେଜଗୁଡ଼ିକର ପୁନଃଅନୁବନ୍ଧନ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଏକାଧିକ ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏହାଦ୍ବାରା କିଛି କଲେଜ ମୂଳ ବିଶ୍ବବିଦ୍ୟାଳୟରୁ ଅନୁବନ୍ଧନ କଟିବା ସହ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତି।
ଯେଉଁଥିପାଇଁ ନୂଆ ବିଶ୍ବବିଦ୍ୟାଳୟଗୁଡ଼ିକ କଲେଜ ଉପରେ ଚାପ ପକାଇ ଆଫିଲେସନ୍ ଫି’ ଓ ବନ୍ଧକ ଟଙ୍କା ଦାଖଲ କରିବାକୁ କହୁଛନ୍ତି। ମୂଳ ବିଶ୍ବବିଦ୍ୟାଳୟରୁ ଫି’ ଟ୍ରାନ୍ସଫର୍ କରିବା ବଦଳରେ ନୂଆ ଦାଖଲ କରିବାକୁ ଚାପ ପକାଯାଉଥିବାରୁ କଲେଜଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ମୂଳ ବିଶ୍ବବିଦ୍ୟାଳୟଗୁଡ଼ିକ କଲେଜର ସମସ୍ତ ଫି’ ତୁରନ୍ତ ନୂଆ ବିଶ୍ବବିଦ୍ୟାଳୟକୁ ଟ୍ରାନ୍ସଫର୍ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ଏଥିସହ ନୂଆ ବିଶ୍ବବିଦ୍ୟାଳୟଗଗୁଡ଼ିକ ଜୋର୍ଜବରଦସ୍ତ ଫି’ ଆଦାୟ ନ କରିବାକୁ କୁହାଯାଇଛି। ଜୁଲାଇ ୩୧ ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ସଚିବ ଶ୍ରୀ ମିଶ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/30-4.jpg)