ଭୁବନେଶ୍ବର : ବିଜୁ ଯୁବ ଜନତା ଦଳ ପକ୍ଷରୁ ସମସ୍ତ ଜିଲ୍ଲା ସଭାପତିଙ୍କ ସହ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ସାଂଗଠନିକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସ୍ତର ଠାରୁ ଆରମ୍ଭ କରି ପଞ୍ଚାୟତ, ପୌରାଞ୍ଚଳରେ ୱାର୍ଡ ସ୍ତରୀୟ କମିଟି ଗଠନ ସମ୍ପର୍କରେ ଆଲୋଚନା ହୋଇଥିଲା। ୬ଟି ଜୋନ୍ ସଭାପତି ଓ ସମସ୍ତ ଜିଲ୍ଲା ସଭାପତି ଅଂଶଗ୍ରହଣ କରି ତୃଣମୂଳ ସ୍ତରରେ ସଂଗଠନକୁ ଦୃଢ଼ କରିବା ପାଇଁ ମତାମତ ଦେଇଥିଲେ। ବିଜେଡିର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ପରିଚାଳନା କରିଥିଲେ। ବିଜେଡିର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ଅମରେଶ ପତ୍ରୀ ଓ ରଞ୍ଜିତ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
ବିଜୁ ଯୁବ ଜନତା ଦଳର ସାଂଗଠନିକ ବୈଠକ
/sambad/media/post_attachments/wp-content/uploads/2019/08/bjd-fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)