ଓଆର‌୍‌ଏଚ୍‌ଡିସି ଦୁର୍ନୀତି: ବିନୋଦ କୁମାରଙ୍କ ଆବେଦନ ଶୁଣାଣି ପାଇଁ ଗୃହୀତ

ଜାମିନ ମଞ୍ଜୁର, ଜରିମାନା ଉପରେ ରହିତାଦେଶ, ନିମ୍ନ ଅଦାଲତ ରେକର୍ଡ ତଲବ

କଟକ: ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଓଆର‌୍‌ଏଚ୍‌ଡିସି (ଓଡ଼ିଶା ରୁରାଲ ହାଉସି˚ ଆଣ୍ତ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌)ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଏଏସ୍‌ ବିନୋଦ କୁମାରଙ୍କ ସମେତ ୩ ଜଣଙ୍କ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ଏ ସ˚ପର୍କିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଛନ୍ତି। ତିନି ଆବେଦନକାରୀଙ୍କୁ ହାଇକୋର୍ଟ ଅପିଲ ବିଚାରାଧୀନ ସମୟରେ ଜାମିନ ପ୍ରଦାନ କରିଛନ୍ତି। ଏଥି ସହିତ ନିମ୍ନ ଅଦାଲତ ପ୍ରଦାନ କରିଥିବା ଜରିମାନା ଦଣ୍ତାଦେଶ ଉପରେ ରହିତାଦେଶ ଜାରି କରାଯାଇଛି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ତପୀଠ ବିନୋଦ କୁମାର, ପୂର୍ବତନ ଆକାଉଣ୍ଟସ୍‌ ଅଫିସର ପ୍ରଦୀପ ରାଉିତ ଓ ବିଲ୍ଡର ବିଜୟ କୁମାର ବିଶ୍ବାଳଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ତା, ଦେବାଶିଷ ଷଡଙ୍ଗୀ, ଓ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଜୁଲାଇ ୩ରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଓଆର‌୍‌ଏଚ୍‌ଡିସ ଦୁର୍ନୀତି ମାମଲାର ରାୟ ପ୍ରକାଶ କରି ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, ନିର୍ଦ୍ଦେଶକ ସ˚ଜୟ ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ କୁମାର ରାଉତ ଓ ଚିତ୍ତର˚ଜନ ମଲ୍ଲିକ, ଗ୍ରାମ୍ୟ ବିକାଶ ମଞ୍ଚ ସ୍ବେଚ୍ଛାସେବୀ ଅନୁଷ୍ଠାନର ସ˚ଗଠନ ସ˚ପାଦକ ଆଶିଷ କୁମାର ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ଭୁବନେଶ୍ବର ଭିଜିଲାନ୍ସ ଅଦାଲତ ଓଆରଏଚଡିସି ସ˚ପର୍କିତ ଆଉ ଏକ ମାମଲାର ଶୁଣାଣି କରି ୨୦୧୮, ସେପ୍ଟେମ୍ବର ୨୪ରେ ରାୟ ପ୍ରକାଶ କରିଥିଲେ। ଅଦାଲତ ବିନୋଦ କୁମାର, ପ୍ରଦୀପ ରାଉତ, ପୂର୍ବତନ କମ୍ପାନି ସେକ୍ରେଟାରି ସ୍ବସ୍ତିର˚ଜନ ମହାପାତ୍ର, ପୂର୍ବତନ ଆସିଷ୍ଟାଣ୍ଟ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ବାଇଁ,, ପୂର୍ବତନ ଜୁନିୟର ଅଫିସର(ଲୋନ୍‌) ସତ୍ୟପ୍ରକାଶ ବେହେରା ଓ ବିଶ୍ବାଳ କନଷ୍ଟ୍ରକସନ୍‌ ପ୍ରାଇଭଟେ ଲିମିଟେଡ ଏମଡି ବିଜୟ କୁମାର ବିଶ୍ବାଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ତ ସହିତ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦଣ୍ତାଦେଶ ପ୍ରଦାନ କରାଯାଇଥିଲା। ରାୟ ପ୍ରକାଶ ପରେ ନିମ୍ନ ଅଦାଲତ ସିଆରପିସିର ଧାରା ୩୮୯ ଅନୁସାରେ ସମସ୍ତଙ୍କୁ ଜାମିନ ପ୍ରଦାନ କରିିଥିବା ବେଳେ ସେପ୍ଟେମ୍ବର ୨୪ର ଦଣ୍ତାଦଶେ ବିରୋଧରେ ବିନୋଦ କୁମାର ଅନ୍ୟମାନେ ହାଇକୋର୍ଟରେ ଅପିଲ ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର