କଟକ : ଓଆର୍ଏଚ୍ଡିସି (ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍ ଡେଭଲପମେଣ୍ଟ୍ କର୍ପୋରେସନ୍) ଦୁର୍ନୀତି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ବିନୋଦ କୁମାରଙ୍କ ସହିତ ଅନ୍ୟ ୪ ଜଣଙ୍କ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ୍ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଜୁଲାଇ ୨୭ରେ ରାୟ ପ୍ରକାଶ ପାଇବ। ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ବିନୋଦ କୁମାରଙ୍କ ସହିତ ଅନ୍ୟ ଆବେଦନକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଭୁବନେଶ୍ୱର ଭିଜିଲାନ୍ସ ଅଦାଲତ ଦ୍ୱାରା ଜାରି କରାଯାଇଥିବା ଏନ୍ବିଡବ୍ଲୁ ଆଧାରରେ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଜୁଲାଇ ୧୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା, ଅରୁଣ କୁମାର ଆଚାର୍ଯ୍ୟ, ଦେବାଶିଷ ଷଡଙ୍ଗୀ, ସୁଦୀପ୍ତ ପଣ୍ଡା ଓ ଯଯାତି କିଶୋର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
ଓଆର୍ଏଚ୍ଡିସି ଦୁର୍ନୀତି : ବିନୋଦ କୁମାରଙ୍କ ସମେତ ୫ ଜଣଙ୍କ ମାମଲା ଶୁଣାଣି ଶେଷ
/sambad/media/post_attachments/wp-content/uploads/2018/07/binod-kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)