ଭୁବନେଶ୍ୱର : ଓଡ଼ିଶା ଊର୍ଦ୍ଦୁ ସର୍କଲ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଉର୍ଦ୍ଦୁ ଭାଷା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦ କରାଯିବା ସହ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ସମାଜସେବୀ ପ୍ରତାପ ସାହୁ, କଂଗ୍ରେସ ନେତା ଜୟନ୍ତ କୁମାର ଭୋଇ, କ୍ରାନ୍ତି ଓଡ଼ିଶାର ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ, ସଙ୍ଗଠନର ସଭାପତି ଶେଖ ଅବଦୁଲ୍ ଓ୍ଵାଲି, ସମ୍ପାଦକ ବରକତ୍ ଅଲ୍ଲି ତନବୀର, ଶେଖ୍ ସିରାଜୁଦ୍ଦିନ୍, ମୌଲାନା ଜୈନୁଲ ଆବେଦିନ୍, ଫଜଲୁର ରହେମାନ୍, ଶେଖ୍ ଜାକିର, ମହମ୍ମଦ ମଜହର ଖାନ୍ ପ୍ରମୁଖ ସାମିଲ ହୋଇ ଉଦ୍ବୋଧନ ଦେଇଥିଲେ। ଏହାପରେ ଏକ ୭ ଜଣିଆ ପ୍ରତିନିଧିମଣ୍ଡଳୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ପରବର୍ତୀ ସମୟରେ ଏନେଇ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତିି ନିଆଯିବ ବୋଲି ସ୍ଥିର ହୋଇଛି। ଓଡ଼ିଶା ଊର୍ଦ୍ଦୁ ସର୍କଲ ପକ୍ଷରୁ ୧୫ ଦଫା ଦାବି ଉପସ୍ଥାପିତ କରାଯାଇଛି। ଯଦି ଆସନ୍ତା ଏକ ମାସ ମଧ୍ୟରେ ଉପରୋକ୍ତ ସମସ୍ୟାର ସମାଧାନ କରା ନ ଯାଏ ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଙ୍ଗଠନର ସଭାପତି ଶେଖ ଅବଦୁଲ ଓ୍ଵାଲି ଏକ ପ୍ରେସ୍ ବିବୃତିରେ କହିଛନ୍ତି।
୧୫ ଦଫା ଦାବିରେ ଓଡ଼ିଶା ଊର୍ଦ୍ଦୁ ସର୍କଲର ଶୋଭାଯାତ୍ରା
/sambad/media/post_attachments/wp-content/uploads/2018/01/urdu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)