ଭୁବନେଶ୍ବର : ବର୍ଷକୁ ବର୍ଷ ବଜେଟ୍ ଆକାର ବଢୁଛି। ୨୦୧୮-୧୯ରେ ପ୍ରଥମ ଅତିରିକ୍ତ ବଜେଟ୍ ବ୍ୟୟବରାଦକୁ ମିଶାଇଲେ ରାଜ୍ୟର ବାର୍ଷିକ ବଜେଟ ପରିମାଣ ୧ଲକ୍ଷ ୩୨ ହଜାର କୋଟିରେ ପହଞ୍ଚିଲାଣି। ହେଲେ ରାଜ୍ୟର ବିକାଶ ଆନୁପାତିକ ହାରରେ ହେଉନାହିଁ କାହିଁକି?

Advertisment

ଅର୍ଥନୀତିଜ୍ଞମାେନ ମାନୁଛନ୍ତି ଯେ ଏକାଧିକ କାରଣ ଭିତରୁ ଗୋଟିଏ ପ୍ରମୁଖ କାରଣ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ବିକାଶର ଡଙ୍କ ମୋଡିବାରେ ଲାଗିଛି। ଥରେ କି ଦୁଇଥର ନୁେହଁ, ୨୦୦୦ ମସିହାରୁ ୨୦୧୮ ମଧ୍ୟରେ ପାଖାପାଖି ୧୬ ଥର ରାଜ୍ୟ ବିପର୍ଯ୍ୟୟ ସାମ୍ନା କଲାଣି। କେତେବେଳେ ମରୁଡି, ଆଉ କେତେବେଳେ ବନ୍ୟା ଏବଂ ଫାଇଲିନ୍, ହୁଡହୁଡ, ତିତିଲି ଭଳି ତିନିଟି ବାତ୍ୟା ବି। ଏସବୁ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟବାସୀ ଘୋର ଦୁର୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି।

ରାଜ୍ୟ ସରକାର କାଗଜପତ୍ରରେ କ୍ଷୟକ୍ଷତିର ଯେଉଁ ଚିତ୍ର ଆଙ୍କୁଛନ୍ତି, ତା ଠାରୁ ଢେର୍ କ୍ଷତି ଚାଷୀ, ଲୋକ ସହିଛନ୍ତି ଓଡ଼ିଶାରେ। ଚାଷ ଉଜୁଡିଛି, ଚାଷୀର ଆର୍ଥିକ ମେରୁଦଣ୍ଡ ବି ଦୋହଲିଯାଇଛି। ସରକାରୀ ଭାେବ କ୍ଷତିର ପରିମାଣ (ତିତଲି ପ୍ରାରମ୍ଭିକ କ୍ଷତି ୨୭୭୦ କୋଟିକୁ ମିଶାଇ) ୩୨ ହଜାର କୋଟିରୁ ଅଧିକ ହେବ ବୋଲି କୁହାଯାଇଛି। ବିପର୍ଯ୍ୟୟ କ୍ଷତରେ ମଲମ ଲଗାଇବା ପାଇଁ କେନ୍ଦ୍ର ନିକଟରେ ଓଡ଼ିଶା ଯେଉଁ ଆପତ୍ତି ଜଣାଇଥିଲା, ତାର ପରିଣାମରେ ରାଜ୍ୟକୁ ମାତ୍ର ୩ହଜାର ୪୪୨ କୋଟି ୩୭ଲକ୍ଷ ଟଙ୍କା ମିଳିଛି। ଅନ୍ୟ ପଡୋଶୀ ରାଜ୍ୟମାନଙ୍କ ତୁଳନାେର ଏହାର ପରିମାଣ ମଧ୍ୟ ଯଥେଷ୍ଟ କମ୍।

ସରକାରୀ ପରିସଂଖ୍ୟାନ ବୟାନ କରୁଛି, ୧୯୯୯ ମହାବାତ୍ୟାରୁ ଝାଡିଝୁଡି ହୋଇ ଉଠିବା ଆଗରୁ ୨୦୦୦ ମସିହାରେ ଓଡ଼ିଶା ଏକ ଭୟାନକ ମରୁଡି ସାମ୍ନା କରିଥିଲା। ୪୪୫ କୋଟି ୨୮ଲକ୍ଷ ଟଙ୍କାର ସଂପତ୍ତି ବରବାଦ ହୋଇଥିଲା। ୨୦୦୧େର ବଡ଼ ବନ୍ୟା ସାମ୍ନା କଲା ଓଡ଼ିଶା, ୧୫୩୦ କୋଟିର ସଂପତ୍ତି ନଷ୍ଟଭ୍ରଷ୍ଟ କଲା ଏହି ଦୁର୍ବିପାକ। ୨୦୦୨େର ପୁଣି ମରୁଡି, ୨୦୦୩ ସେପ୍େଟମ୍ବର ଓ ଅକ୍ଟୋବରରେ ଦୁଇ ଦୁଇ ଥର ବନ୍ୟା, ୨୦୦୪େର ବନ୍ୟା, ୨୦୦୫େର ମୂଷଳ ଧାରାେର ବର୍ଷା ଓ ବନ୍ୟା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିେଦଇଛି।

୨୦୦୬, ୨୦୦୭, ୨୦୦୮ ତିନିବର୍ଷ ମଧ୍ୟରେ ପାଞ୍ଚ ଥର ବଡ଼ ବନ୍ୟା ଦାଉରେ ରାଜ୍ୟବାସୀ ଛଟପଟ ହୋଇଛନ୍ତି। ୨୦୦୯ରେ ପ୍ରଥମେ ଟର୍ଣ୍ଣାେଡା, ବନ୍ୟା ଓ ତାପରେ ମରୁଡି ଓଡ଼ିଶାର ଅର୍ଥନୀତିକୁ ବିପର୍ଯ୍ୟୟ ମୁହଁକୁ ଟାଣି ନେଇଥିଲା। ୨୦୧୦ରେ ସମାନ ପରିସ୍ଥିତି ସୃଷ୍ଟି େହାଇଥିଲା। ୨୦୧୧ରେ ବନ୍ୟା, ୨୦୧୩େର ଫାଇଲିନ୍, ୨୦୧୪ରେ ହୁଡହୁଡ, ୨୦୧୫ ଓ ୨୦୧୬ରେ ମରୁଡି ଏବଂ ୨୦୧୮ରେ ପୁଣି ଥରେ ବାତ୍ୟା ତିତଲି ରାଜ୍ୟବାସୀଙ୍କୁ ଦୁର୍ଦଶା ଭିତରକୁ ଠେଲି ଦେଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କର କହିବା କଥା ହେଉଛି, ବାତ୍ୟା, ବନ୍ୟା ଓ ମରୁଡିକୁ ଟାଳି ଦିଆଯାଇପାରିବ ନାହିଁ। ମାତ୍ର ଏହାର ପ୍ରଭାବକୁ ରୋକାଯାଇପାରିବ। ଆଜି ବି ଏ ଦିଗରେ ସରକାର ଅେନକ କାମ କରିବାକୁ ବାକି ଅଛି। ତେଲେଙ୍ଗାନା ସରକାରଙ୍କୁ ଏ କ୍ଷେତ୍ରରେ ଓଡ଼ିଶା ଅନୁକରଣ କରିବା କଥା। ରାଜ୍ୟ ସରକାର କେନାଲ ବନ୍ଧ, କଟା ବନ୍ଧ ଆଦିର ପୁନରୁଦ୍ଧାର କରିବା ସହିତ ନଦୀ ଉପରେ ଆନିକଟ କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ମରୁଡି ସମୟରେ ଜଳଯୋଗାଣ ହୋଇପାରିବ, ବନ୍ୟା ବେଳେ ଜଳ ସଂରକ୍ଷଣ ବି। କେବଳ ସେତିକି ନୁେହଁ, ତଟବର୍ତୀ ଅଞ୍ଚଳରେ ଅନ୍ୟୂନ ୧୦ କିେଲାମିଟର ବ୍ୟାପି ବନୀକରଣର ଆବଶ୍ୟକତା ରହିଛି, ଯାହା ସରକାର ଆଜି ପର୍ଯ୍ୟନ୍ତ କରିପାରିେଲ ନାହିଁ। ୩୨୦ କିେଲାମିଟର ବ୍ୟାପି ଜଙ୍ଗଲ ସୃଷ୍ଟି ହୋଇପାରିିଲେ, ଓଡ଼ିଶାର ପାଣିପାଗ ଉପରେ ମଧ୍ୟ ପ୍ରଭାବ ପଡିପାରନ୍ତା। ମାତ୍ର ବଜେଟରେ ଏ ଦିଗରେ ଯେତିକି ଗୁରୁତ୍ବ ଦିଆଯିବା କଥା, ସମ୍ଭବତଃ ସରକାର ଦେଇନାହାନ୍ତି।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଓଡ଼ିଶାର ପ୍ରାୟ ସବୁ ସହରକୁ ନଦୀ ଘେରି ରହିଛନ୍ତି। ଏହି ନଦୀଗୁଡିକ ଧୀରେ ଧୀରେ ପୋତି ହୋଇଯିବା କାରଣରୁ ଜଳ ଧାରଣ କ୍ଷମତା କମୁଛି ଓ ବନ୍ୟା ଭୟ ବଢିଛି। ନଦୀ ବନ୍ଧରେ ଘାଇ କାରଣରୁ କ୍ଷୟକ୍ଷତିର ପରିମାଣ ବଢୁଛି। କେବଳ ବନ୍ୟା, ବାତ୍ୟା ବା ମରୁଡି ନୁେହଁ, ଭୂମିକମ୍ପ ଦୃଷ୍ଟିରୁ ମଧ୍ୟ ଓଡ଼ିଶାର ସ୍ଥିତି ଅତି ସମ୍ବେଦନଶୀଳ। ରାଜ୍ୟର ପ୍ରାୟ ୪୩ଟି ସହରାଞ୍ଚଳରେ ଭୂମିକମ୍ପ ପ୍ରବଣ-୩ ମଧ୍ୟରେ ରହିଛି।