କଟକ: ହାଇକୋର୍ଟରେ ମାମଲା ଶୁଣାଣିର ଆଜିଠାରୁ ସିଧା ପ୍ରସାରଣ ଆରମ୍ଭ ହୋଇଛି । ଏଥିପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି । ତେବେ ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ କରିବେ ହାଇକୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି।
ସିଧାପ୍ରସାରଣର ୱେବ ଲିଙ୍କ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜ୍ ଲିଷ୍ଟରେ ପ୍ରକାଶ ପାଇବ । କିନ୍ତୁ ପାରିବାରିକ ବିବାଦ, ଶିଶୁ ଓ ବାଳ ଅପରାଧ ସଂପର୍କିତ ମାମଲା, ପକ୍ସୋ ଆଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ସଂକ୍ରାନ୍ତୀୟ ମାମଲାର ସିଧା ପ୍ରସାରଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜାତୀୟ ସୁରକ୍ଷା ସଂପର୍କିତ ମାମଲାକୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Orissa-High-Court.jpg)