କଟକ : ପୁଣି ପ୍ରବଚନ ଦେଇପାରିବେ ବାବା ସାରଥୀ । ପ୍ରବଚନ ଦେବାକୁ ତାଙ୍କୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ। କେବଳ ପ୍ରବଚନ ନୁହେଁ, ସତସଙ୍ଗ ବି କରିପାରିବେ ସାରଥୀ। ତେବେ ସତସଙ୍ଗ ବେଳେ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ ହେବ । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ କରିପାରିବେ ସାରଥୀ । ଜେଲରୁ ବାହାରିବା ପରେ ସତସଙ୍ଗ ଓ ପ୍ରବଚନ ଉପରେ ଲାଗିଥିଲା ରୋକ୍ । ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାରଥୀ । ତେବେ ହାଇକୋର୍ଟ ଏ ମାମଲାରେ ଶୁଣାଣି କରି ପ୍ରବଚନ ଏବଂ ସତସଙ୍ଗ କରିବା ନେଇ ସାରଥୀଙ୍କୁ ଅନୁମତି ଦେଇଛନ୍ତି ଏବଂ ଏହା ଜୁଲାଇ ମାସରୁ ବଳବତ୍ତର ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
୬ ବର୍ଷ ପୂର୍ବେ ହଜାର ହଜାର ଲୋକଙ୍କ ମନରେ ଆସ୍ଥାନ ଜମାଇଥିଲେ ବାବା ସାରଥୀ । ବାରିମୂଳରେ ଛିଡା ହୋଇଥିଲା ସାରଥୀଙ୍କ କୋଟି କୋଟି ଟଙ୍କାର ଆଶ୍ରମ । ତେବେ ଗୋଟିଏ ଝଟକାରେ ଭୁଶୁଡ଼ି ପଡିଥିଲା ସାରଥୀଙ୍କ ସାମ୍ରାଜ୍ୟ । ଆଶ୍ରମର ଏସି ରୁମରୁ ବାବା ପହଞ୍ଚିଥିଲେ ଜେଲର ଚାରିକାନ୍ଥ ଭିତରେ ।
ସାରଥୀ ବାବା ୬ ବର୍ଷ ପୂର୍ବେ ହଜାର ହଜାର ଭକ୍ତଙ୍କ ପାଇଁ ସାରଥୀ ଥିଲେ ଭଗବାନ । ଠିକଣା ଥିଲା ବାରିମୂଳ ଆଶ୍ରମ । ଦିନ ହେଉ ବା ରାତି ପ୍ରତ୍ୟେକ ଦିନ ଏହି ଆଶ୍ରମକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିଲା । ଆଧ୍ୟାତ୍ମିକ ପ୍ରବଚନରେ ପୂରା ବାରିମୂଳ ଫାଟୁଥିଲା । ଆଉ ଏହା ସାଙ୍ଗକୁ ସାରଥୀଙ୍କ ଅଲୌକିକତାର ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ବାରିମୂଳରେ ଜମୁଥିଲା ଭକ୍ତଙ୍କ ଆସର । ହାତରୁ ବିଭୂତି ବାହାର କରିବା ହେଉ ଅବା ସିମେଣ୍ଟ ଗାଈରୁ କ୍ଷୀର ବାହାର କରି ଭକ୍ତଙ୍କ ପାଇଁ ଭଗବାନ ପାଲଟିଯାଇଥିଲେ ସାରଥୀ । ଏପରିକି ଭକ୍ତମାନେ ସାରଥୀଙ୍କୁ ଭଗବାନ ଗାଦିରେ ବସାଇ ପୂଜା କରିବାକୁ ପଛାଉ ନଥିଲେ ।
/sambad/media/post_attachments/f99c610a7f21670a49aea29b2f41b3eab2712b1c6501a971bc8822e630322fd0.jpg)
ତେବେ ୨୦୧୫ ଅଗଷ୍ଟ ୪ରେ ବଦଳିଗଲା ସବୁକିଛି । ବାବାଙ୍କ କଳାକାରନାମାର ପ୍ରଥମ ଝଲକ ଦେଖିଥିଲା ପୂରା ରାଜ୍ୟ । ହାଇଦ୍ରାବାଦ ଗୋଲକୁଣ୍ଡା ହୋଟଲରେ ବାବା ସାରଥୀ ଜଣେ ଯୁବତୀଙ୍କ ସହ ଏକାଠି ରହୁଥିବା ଖବର ଆସିଥିଲା । ହୋଟେଲ ଲବିରେ ସୁଟବୁଟ୍ ପିନ୍ଧି ବସିଥିବା ବାବାଙ୍କ ଭିଡିଓ ଭାଇରାଲ୍ ହୋଇଗଲା। ଏଭଳି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ କେନ୍ଦ୍ରାପଡା ସମେତ ପୂରା ରାଜ୍ୟରେ ଜଳିଲା ଅସନ୍ତୋଷର ନିଆଁ । ଆଉ ଏହାସହ ବଦଳିଯାଇଥିଲା ସାରଥୀଙ୍କ ପରିଚୟ । ରାତାରାତି ଆତ୍ମଘୋଷିତ ଭଗବାନ ପାଲଟି ଯାଇଥିଲେ ଭଣ୍ଡ । ସାରଥୀଙ୍କ ପାଇଁ ଜଳିଥିଲା ପୂରା କେନ୍ଦ୍ରାପଡା । ବାରିମୂଳରୁ ଆରମ୍ଭ ହୋଇଥିବା ଆକ୍ରୋଶ ପୂରା ରାଜ୍ୟକୁ ବ୍ୟାପିଥିଲା । ସାରଥୀଙ୍କୁ ଗିରଫ କରିବାକୁ ଚାରିଆଡୁ ଉଠିଲା ଦାବି । କିନ୍ତୁ ସାରଥୀଙ୍କ ନାଁରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ବାରିମୂଳ ଆଶ୍ରମ ଭିତରକୁ ପଶି ପାରୁ ନଥିଲା ପୁଲିସ ।
ଗଣମାଧ୍ୟମରେ ସାରଥୀଙ୍କ ରୋମାନ୍ସ ଖବର ପ୍ରସାରଣ ପରେ ଅଗଷ୍ଟ ୭ରେ କଟକର ଏକ ଥାନାରେ ସାରଥୀଙ୍କ ନାମରେ ଯୌନ ଶୋଷଣ ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀ। ଆଉ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।
୨୦୧୫ ମସିହା ୮ ଅଗଷ୍ଟରେ ରାତି ଅଧିଆ କ୍ରାଇମବ୍ରାଞ୍ଚ ପଶିଲା ବାରିମୂଳରେ । ଉଠାଇ ଆଣିଲା ସାରଥିଙ୍କୁ । କେନ୍ଦ୍ରାପଡାରୁ କଟକ । ରିମାଣ୍ଡ ପରେ ରିମାଣ୍ଡ । ଜେରା ପରେ ଜେରା । ଖୋଲିଲା ଅସଲି ମୁଖା…ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଲେ ଅସଦାଚରଣ ଅଭିଯୋଗ । ଆଇନ୍ ଜାଲରେ ଛନ୍ଦି ହୋଇ, ବାବା ପାଲଟିଗଲେ ଖଳନାୟକ ।
/sambad/media/post_attachments/1d6cb51a3d9e3ea276cdd88af15f7b5c2217b2206f810c01fe46506833f13010.jpg)
ବାବା ଗିରଫ ହେବା ପରେ କ୍ରାଇମବ୍ରାଞ୍ଚ ରାଡାରରେ ଆସିଥିଲା ସାରଥୀର କଳା ସାମ୍ରାଜ୍ୟ । ଆଶ୍ରମ ମଧ୍ୟରେ ବେଆଇନ ଅର୍ଥ କାରବାର ହେଉଥିବା ଖବର ଉପରୁ ପରଦା ଉଠାଇଥିଲା କ୍ରାଇମବ୍ରାଞ୍ଚ । ଆଉ ଏହି ବେଆଇନ ଅର୍ଥ କାରବାର ପଛର ମୁଖ୍ୟ ସୂତ୍ରଧର ତଥା ଭଣ୍ଡ ବାବାଙ୍କ ଧରମ ପୁଅ ସତ୍ୟମ ରାଉଳକୁ ମୁମ୍ବାଇରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ସାରଥୀଙ୍କ କଳା ସାମ୍ରାଜ୍ୟ ଏକ ପ୍ରକାର ଧୂଳିସାତ ହୋଇଥିଲା । ଆଉ ଜଉମୁଦ ସିଲ୍ ସହ ବନ୍ଦ ହୋଇଯାଇଥିଲା ଭଣ୍ଡ ବାବାଙ୍କ ବାରିମୂଳ ଆଶ୍ରମ ।
ହାଇକୋର୍ଟରୁ ସୁପ୍ରିମକୋର୍ଟ । ଗିରଫ ହେବା ପରେ ଜେଲରୁ ବାହାରିବାକୁ ଅନେକ ପ୍ରୟାସ କରି ବିଫଳ ହୋଇଥିଲେ ସାରଥୀ । ତେବେ ସାରଥୀଙ୍କ ପ୍ରତି ଲୋକଙ୍କର ରୋଷ କମିନଥିଲା । କୋର୍ଟରେ ହାଜର ହୋଇ ଫେରିବା ବେଳେ ସାରଥୀଙ୍କୁ ମାଡ ମାରିବାକୁ ପଛାଇ ନଥିଲେ ସାଧାରଣ ଲୋକେ । ଏହାପରେ ମଧ୍ୟ କିଛି ଭକ୍ତଙ୍କ ମନରେ ସାରଥୀ ସତେଜ ରହିଛନ୍ତି । ଯାହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/SARATHI_00605.jpg)