ଭୁବନେଶ୍ବର: ସମୟ ସହିତ ଧୀରେଧୀରେ ଯୁଗ ବି ବଦଳୁଛି। ପୂର୍ବ ଅପେକ୍ଷା ଶିକ୍ଷାର ସ୍ତର ବି ବୃଦ୍ଧି ପାଉଛି। ପ୍ରତ୍ୟେକ ମଣିଷ ଜୀବନରେ ଶିକ୍ଷା ନିହାତି ଆବଶ୍ୟକ। ବ୍ୟକ୍ତିଟିଏ ଶିକ୍ଷିତ ହେବା ଦ୍ବାରା ସମାଜରେ ସେ କେବଳ ଯେ ସମ୍ମାନର ସହ ବଞ୍ଚେ ତାହା ନୁହେଁ ବରଂ ଆତ୍ମନିର୍ଭର କରାଇବାରେ ସାହାଯ୍ୟ କରେ।
ସମାଜ ତଥା ଲୋକଙ୍କୁ ସାକ୍ଷରତାର ଗୁରୁତ୍ବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ଆନ୍ତର୍ଜାତିକ ସାକ୍ଷାରତା ଦିବସ ଭାବେ ପାଳନ କରାଯାଏ। ୧୯୬୬ମସିହା ସେପ୍ଟେମ୍ବର ୮ ତାରିଖକୁ ୟୁନେସ୍କୋ ଆନ୍ତର୍ଜାତିକ ସାକ୍ଷରତା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିନକୁ ପାଳନ କରାଯାଇ ଆସୁଛି।
ତେବେ ଆସନ୍ତୁ ଜାଣିବା ଆମ ଓଡ଼ିଶାରେ ସାକ୍ଷରତା ହାରରେ କେଉଁ ଜିଲ୍ଲା ଆଗୁଆ ଓ କେଉଁ ଜିଲ୍ଲା ପଛରେ ଅଛି। ଓଡ଼ିଶାରେ ୩୦ଟି ଜିଲ୍ଲା ମଧ୍ୟରୁ ସାକ୍ଷରତା ହାରରେ ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଆଗରେ ରହିଛି।
୨୦୦୫ ମସିହା ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧାରେ ସାକ୍ଷରତା ହାର ୮୬.୮୮ ପ୍ରତିଶତ ଥିବା ବେଳେ ଜଗତସିଂହପୁରରେ ୮୬.୫୯ ପ୍ରତିଶତ, କଟକରେ ୮୫.୫୦ ପ୍ରତିଶତ ଓ କେନ୍ଦ୍ରାପଡ଼ାରେ ୮୫.୧୫ ପ୍ରତିଶତ ରହିଛି।
ସାକ୍ଷରତା ହାରରେ ପଛୁଆ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ରହିଛି। ନବରଙ୍ଗପୁରରେ ସାକ୍ଷରତା ୪୬.୪୩ ପ୍ରତିଶତ ଥିବା ବେଳେ ମାଲକାନଗିରିରେ ୪୮.୫୪ ପ୍ରତିଶତ, କୋରାପୁଟରେ ୪୯.୨୧ପ୍ରତିଶତ ଓ ରାୟଗଡ଼ାରେ ୪୯.୭୬ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/08/new-project-4-2-2025-09-08-13-53-17.jpg)