ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନିୟମାବଳୀ ନିର୍ଦ୍ଦେଶକୁ ଚାଲେଞ୍ଜ

ଏକାଡେମି କମିଟି ଅଧ୍ୟକ୍ଷଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା

କଟକ : ରାଜ୍ୟ ସରକାରଙ୍କ ଦ୍ବାରା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନିୟମାବଳୀ ପ୍ରସ୍ତୁତି ଓ ତତ୍‌କାଳ ତାହାର କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଏକାଡେମିର କାର୍ଯ୍ୟକାରୀ ପରିଷଦ ସଦସ୍ୟ ତଥା ଏକାଡେମି ପୁରସ୍କାର ନିୟମାବଳୀ ପରିବର୍ତ୍ତନ ଓ ସ˚ଶୋଧନ କମିଟିର ଅଧ୍ୟକ୍ଷ ଡକ୍ଟର ନୃସି˚ହ ଚରଣ ଷଡ଼ଙ୍ଗୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମିର ସମ୍ବିଧାନର ବିଭିନ୍ନ ଧାରାର ଉଲ୍ଲଙ୍ଘନ, ଭୁଲ୍‌ ତର୍ଜମା କରି ପ୍ରସ୍ତୁତ କରାଯାଇଥିବା ଓ ତାହାକୁ କାର୍ଯ୍ୟକାରୀ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ଖାରଜ କରିବା ପାଇଁ ଡକ୍ଟର ଷଡ଼ଙ୍ଗୀ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି।

ବିବରଣୀରୁ ପ୍ରକାଶ ଯେ, ଓଡ଼ିଶା ସାହିତ୍ୟ ଏକାଡେମୀ କୋ-ଅପରେଟିଭ୍‌ ସୋସାଇଟି ଆଇନ୍‌ରେ ପଞ୍ଜୀକୃତ ଏକ ସ୍ବୟ˚ଶାସିତ ସ˚ସ୍ଥା ଓ ଏହାର ସମସ୍ତ ପୁରସ୍କାର ପାଇଁ ନିୟମାବଳୀ ପ୍ରଣୟନ ଓ ସ˚ଶୋଧନ ପାଇଁ ଏହାର କର୍ତ୍ତୃପକ୍ଷ ଭାବେ କାର୍ଯ୍ୟକାରୀ ପରିଷଦ, ସାଧାରଣ ପରିଷଦ ଓ ଅର୍ଥ ସମିତି ପ୍ରାଧିକୃତ ଓ ଉତ୍ତରଦାୟୀ। ୨୦୨୧ ଜାନୁଆରି ୨୭ରେ କାର୍ଯ୍ୟକାରୀ ପରିଷଦ ବୈଠକରେ ଏକାଡେମୀର ସମସ୍ତ ପୁରସ୍କାର ନିୟମାବଳୀର ପରିବର୍ତ୍ତନ ଓ ସ˚ଶୋଧନ ପାଇଁ ଏକ ସବ୍‌ କମିଟି ଗଠନ ନିଷ୍ପତ୍ତି ହୋଇଥିଲା। ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ନିୟମାବଳୀ ଓ ‘ସାରସ୍ବତ ସାଧକ ସମ୍ବର୍ଦ୍ଧନା ନିୟମାବଳୀ ରେ ପରିବର୍ତ୍ତନ କରାଯିବାକୁ ଏକ ପ୍ରସ୍ତାବ ଆବେଦନକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରାଯାଇଥିଲା ଓ ପରବର୍ତ୍ତୀ କାର୍ଯ୍ୟକାରୀ ପରିଷଦରେ ଉପସ୍ଥାପନ କରାଯାଇଥିଲା। ପରେ ଏହା ସରକାରଙ୍କ ଅନୁମୋଦନ ପାଇଁ ଏହା ପଠାଯାଇଥିଲା। ମାତ୍ର ରାଜ୍ୟ ସରକାର ‘ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନିୟମାବଳୀ ର ପରିବର୍ତ୍ତନ ଓ ସ˚ଶୋଧନ କ୍ଷେତ୍ରରେ ବ୍ୟତିକ୍ରମ ଘଟାଇ ନିୟମାବଳୀ ପ୍ରସ୍ତୁତ କରିବା ସହିତ ତାହାର ତୁରନ୍ତ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର