ଓଡ଼ିଆ ଝିଅ ଜିଣିଲେ ମିସେସ୍ ବ୍ୟୁଟିଫୁଲ୍ ସ୍ମାଇଲ ଟାଇଟଲ

ଓଡ଼ିଶା ପାଇଁ‌ ଗୌରବ ଆଣିଲେ ପ୍ରଜ୍ଞା

ଯାଜପୁର : ଓଡ଼ିଆ ଝିଅ ପ୍ରଜ୍ଞା ପାରମିତା ସିଂହ ଦିଲ୍ଲୀରେ ଆୟୋଜିତ ମିସେସ୍ କୁଇନ ଅଫ୍ ଇଣ୍ଡିଆ ପ୍ରତିଯୋଗିିତାରେ ଭାଗନେଇ ‌ମିସେସ ବ୍ୟୁଟିଫୁଲ୍ ସ୍ମାଇଲ ଟାଇଟଲ ହାସଲ କରିପାରିଛନ୍ତି।

ପ୍ରଜ୍ଞାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶିରେ ହୋଇଥିବାବେଳେ ସଂପ୍ରତି ସେ ଦିଲ୍ଲୀରେ ତାଙ୍କ ସ୍ବାମୀ ଓ ଦୁଇ ପୁଅଙ୍କ ସହିତ ରହୁଛନ୍ତି। ଫେବ୍ରୁଆରି ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ହୋଟେଲ ସୂରିୟାରେ ଗ୍ଲୋବାଲ ପ୍ୟାଜେଣ୍ଟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇ ସେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇବାକୁ ସକ୍ଷମ ହୋଇଥିଲେ।

ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡ ଯଥା-କଷ୍ଟ୍ୟୁମ୍ ରାଉଣ୍ଡ, ଟ୍ୟାଲେଣ୍ଟ ରାଉଣ୍ଡ, ଶାଢ଼ି ରାଉଣ୍ଡ ଆଦି ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଜ୍ଞା ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ସଂପର୍କରେ ବିଶଦ ଭାବରେ ଉପସ୍ଥାପିତ କରି ଜୁରିମାନଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ।

ପ୍ରଜ୍ଞା ଜଣେ ସୁଗୃହିଣୀ ହୋଇଥିବା ବେଳେ ତାଙ୍କ ସ୍ବାମୀ ଜଣେ ଆର୍ମି ଅଫିସର। ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହଙ୍କର ସେ ଭାଣିଜୀ।

ସମ୍ବନ୍ଧିତ ଖବର