ବାପା-ମା’ ଛେଉଣ୍ଡ ଶିଶୁ ଉଦ୍ଧାର: ଥଇଥାନ କଲା ସିଡବ୍ଲୁସି

ମାଲକାନଗିରି: ବାପା ଓ ମା’ ଛେଉଣ୍ଡ ୫ ଶିଶୁଙ୍କୁ ଥଇଥାନ କରିଛି ସିଡବ୍ସୁସି। ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଟିଗାଲ ଗ୍ରାମରେ ଜଣେ ବାପ ଛେଉଣ୍ଡ ୩ ଶିଶୁକୁ ଉଦ୍ଧାର କରି ସିଡବ୍ଲୁୃସିକୁ ହସ୍ତାନ୍ତର କରିଛି। ସିଡବ୍ଲୁସି ୩ ଶିଶୁକୁ ଶିଶୁ ଗୃହରେ ରଖିଥିବା ବେଳେ ଡିଡବ୍ଲୁଓଙ୍କୁ ପତ୍ର ଲେଖି ତୁରନ୍ତ କୌଣସି ହୋଷ୍ଟେଲରେ ଶିଶୁମାନଙ୍କୁ ଥଇଥାନ କରିବା ସହ ପାଠ ପଢାରେ ସହଯୋଗ କରିବାପାଇଁ ନିର୍ଦେଶ ଦେଇଛନ୍ତି।

ସେହିପରି ଗୌଡଗୁଡା ଗ୍ରାମର ଦୁଇ ମା’ ଛେଉଣ୍ଡ ଶିଶୁ କନ୍ୟାଙ୍କୁ ଚାଇଲ୍ଡଲାଇନ ତରଫରୁ ଉଦ୍ଧାର କରାଯାଇ ସିଡବ୍ଲୁସିକୁ ହସ୍ତାନ୍ତର କରିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏହି ଶିଶୁର ସୁରକ୍ଷା ଓ ଯତ୍ନ ନେବା ପାଇଁ ନିର୍ଦେଶ ଦିଆଯାଇଥିବା ସିଡବ୍ସସିର ଅଧ୍ୟକ୍ଷା ସଂଯୁକ୍ତା ପ୍ରଦାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର