ବାଣପୁର: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କର ଗାଁକୁ ଫେରିବା ବାଟରେ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ, ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମର ସତ୍ୟ ରଣସିଂହଙ୍କ ପୁଅ ସୁନୀଲ ରଣସିଂହ(୧୯)। ଚେନ୍ନାଇ ଯିବାର ମାତ୍ର ଗୋଟିଏ ମାସ ଭିତରେ ସୁନୀଲଙ୍କର ଅଚାନକ ମୃତ୍ୟୁ ହୋଇଯାଇଛି। ଏଭଳି ଏକ ହୃଦୟବିଦାରକ କଥାକୁ ପରିବାରଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ସବୁଠୁ ଦୁଃଖର କଥା ହେଲା, ମୃତ୍ୟୁର ଚାରି ଦିନ ପରେ ସୁନୀଲଙ୍କ ଶବ ସୋମବାର ସାଲୁଣି ଗାଁରେ ପହଞ୍ଚିଥିଲା। ଗ୍ରାମବାସୀମାନେ ଠିକାଦାରଙ୍କ ଅବହେଳା ଯୋଗୁଁ ତାଙ୍କର ଅକାଳରେ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ଆଣି କ୍ଷତିପୂରଣ ଦାବିରେ ବାଣପୁର ଥାନା ଘେରାଉ କରିଥିଲେ। ଶବକୁ ରଖି ଧାରଣାରେ ବସିଥିଲେ। ଫଳରେ ଢେର୍ ସମୟ ପାଇଁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp