‘ଅରୂପା’ ତରଫରୁ ହସ୍ତଶିଳ୍ପ କାରିଗର ପରିବାରଙ୍କୁ କରୋନା ସହାୟତା ପ୍ରଦାନ

ଭୁବନେଶ୍ବର: ଅରୂପା (ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଯେ କି ୧୯୯୦  ମସିହାରୁ ଓଡ଼ିଶାର ୩୦ଟି ଜିଲ୍ଲାର ହସ୍ତଶିଳ୍ପ କାରିଗରଙ୍କ ତଥା ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ହସ୍ତଶିଳ୍ପ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡିଜାଇନ ପ୍ରସ୍ତୁତି, ଦକ୍ଷତା ବିକାଶ କର୍ମଶାଳା, କାରିଗରମାନଙ୍କର ପରିଚୟ ପତ୍ର ପ୍ରଦାନ, କାରିଗରମାନଙ୍କର ସ୍ବାସ୍ଥ୍ୟବୀମା ଯୋଜନା, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ଏବଂ  ଭାରତର ବିଭିନ୍ନ ରାଜ୍ୟରେ ସର୍ବଭାରତୀୟ ପ୍ରଦର୍ଶନୀ ଆୟୋଜନ କରି ସିଧାସଳଖ ଭାବେ କାରିଗରମାନଙ୍କୁ ଏବଂ ବୁଣାକାରମାନଙ୍କୁ ସୁଯୋଗ ଦେଇଥାଏ।

ମହାମାରୀ କରୋନା ସମୟରେ କାରିଗରମାନେ କାମଧନ୍ଦା ହରାଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବିଶେଷ କରି କାରିଗରମାନଙ୍କର ଜିନିଷ ପତ୍ର ବିକ୍ରିବଟା ନହେବା, ଉପଯୁକ୍ତ କଞ୍ଚାମାଲ ନମିଳିବା, ସରକାରଙ୍କ ଠାରୁ କରୋନା ସହାୟତା ନମିଳିବା ଏବଂ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀ ବନ୍ଦ ରହିବା ଫଳରେ ସେମାନଙ୍କର ଜୀବନ ଜୀବିକା ଠପ ହୋଇଯାଇଛି।  ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ବରସ୍ଥିତ ୨୦ଗୋଟି ହସ୍ତଶିଳ୍ପ ପରିବାରଙ୍କୁ  ‘ଅରୂପା’ କରୋନା ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଅଛି।

୨୪.୦୬.୨୦୨୧ ଦିବା ୧୧ଘଟିକା ସମୟରେ ଅରୂପା କାର୍ଯ୍ୟାଳୟ ପରିସର, ପ୍ରଥମ ମହଲା, କ୍ରିଷ୍ଣା ଟାୱାର, ଇସକନ ମନ୍ଦିର ସାମନା, ନୟାପଲ୍ଲୀ, ଭୁବନେଶ୍ବର ଠାରେ ୨୦ଗୋଟି ହସ୍ତଶିଳ୍ପ ପରିବାରଙ୍କୁ ରେସନ ସାମଗ୍ରୀ ଏବଂ ସାନିଟାଇଜର ଆଦି ସହାୟତା ପ୍ରଦାନ କରାଯିବ। ବିଶେଷ କରି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହସ୍ତଶିଳ୍ପ କାରିଗର, ଓଡ଼ିଶା ସରକାରଙ୍କ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ କାରିଗର ଆଦି ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ  ଭାଗନେଇ ଉକ୍ତ ସାମଗ୍ରୀ ନେବେ ବୋଲି ସୂଚନା ଦିଆଯାଇଛି।

ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ପ୍ରଭାକର ମହାରଣା, ସମ୍ମାନୀତ ଅତିଥି ଭାବରେ ଅରୂପାର ପ୍ରତିଷ୍ଠାତା ତଥା ବର୍ତ୍ତମାନର ସଭାପତି ପ୍ରଫେସର ଏସ.ପି.ଦାସ, ଅରୂପାର କୋଷାଧ୍ୟକ୍ଷ ଚାନ୍ଦୁଆ ଶିଳ୍ପୀ ଶ୍ରୀମତୀ ଶାନ୍ତିଲତା ପରିଡା ଏବଂ ବୟୋଜ୍ୟେଷ୍ଠ ଟେରାକୋଟା କାରଗର ଶିଳ୍ପୀ ଶ୍ରୀ ମନ୍ଦର ରଣା, ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି। ଏହିପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜାରି ରହିବ ବୋଲି ଶ୍ରୀ ସାହୁ ମତ ବ୍ୟକ୍ତବ୍ୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର