ଓଏସ୍‌ସିଆଇଟି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର : ୨୦୧୭ ଅକ୍ଟୋବର ୨୯ରେ ଓଡ଼ିଶା ନଲେଜ୍‌ କର୍ପୋରେସନ୍‌ ଦ୍ୱାରା ପ୍ରଚଳିତ କମ୍ପ୍ୟୁଟର୍‌ ପାଠ୍ୟକ୍ରମ ‘ଓଡ଼ିଶ ସାର୍ଟିଫିକେଟ୍‌ ଇନ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି’ (ଓଏସ୍‌ସିଆଇଟି)ର ମୁଖ୍ୟ ପରୀକ୍ଷା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ସାରା ରାଜ୍ୟରେ ୪୬ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ସର୍ବମୋଟ୍‌ ୧୬୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୨୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି; ଯାହା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ), ଓଡ଼ିଶା ନଲେଜ୍‌ କର୍ପୋରେସନ୍‌ (ଓକେସିଏଲ୍‌) ଓ୍ଵବ୍‌ସାଇଟ୍‌ରେ ପରୀକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ କରାଯାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କର ସଫଳତାର ପ୍ରମାଣପତ୍ର ଉପରୋକ୍ତ େଓ୍ଵବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ।

ସମ୍ବନ୍ଧିତ ଖବର