ଓଏମ୍‌ପି କ୍ବାର୍ଟର ଉଚ୍ଛେଦ ପ୍ରସଙ୍ଗରେ ଅନ୍ତରୀଣ ରହିତାଦେଶ ଜାରି କଲେ ହାଇକୋର୍ଟ

କଟକ: ଚାଉଳିଆଗଞ୍ଜ ଓଏମ୍‌ପି କ୍ୱାର୍ଟର ଉଚ୍ଛେଦ ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ଵରୁ ଉଚ୍ଛେଦ ହେଉଥିବା ବସ୍ତିର ବାସିନ୍ଦାଙ୍କୁ ଏହି ସ୍ଥାନରେ ଥଇଥାନ ପାଇଁ ସରକାର ନିଷ୍ପତି ନେଇଥିଲେ। ଏହାପରେ କ୍ୱାର୍ଟର ଖାଲି କରିବାକୁ ଓଏମ୍‌ପି‌ କର୍ମଚାରୀଙ୍କୁ ଦିଆ ଯାଇଥିଲା ନୋଟିସ।

ଜାନୁଆରି ୧୫ର ନୋଟିସକୁ ଚ୍ୟାଲେଞ୍ଜ କରି ଓଏମ୍‌ପି‌ କର୍ମଚାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଜମି ଉପରେ ଥିବା କ୍ୱାର୍ଟର ଉପରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ଫେବ୍ରୁଆରି ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର