ଓସ୍କାର ଚିଟଫଣ୍ଡ ଠକେଇ: ଅଭିଯୁକ୍ତ ଦୀପକ ଖତ୍ରିଙ୍କୁ ଗିରଫ ପରେ ୭ଦିନ ରିମାଣ୍ଡରେ ନେଲା ସୁରତ ପୁଲିସ

ଭୁବନେଶ୍ୱର: ଓସ୍କାର ଚିଟଫଣ୍ଡର ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦୀପକ ଖତ୍ରିଙ୍କୁ ରବିବାର ସୁରତ ପୁଲିସ ତାଙ୍କ ବାସଭବନରୁ ଗିରଫ କରିଛି। ଗିରଫ ଖତ୍ରିଙ୍କୁ ଆଜି ଭୁବନେଶ୍ୱରର ଏକ ଅଦାଲତରେ ହାଜର କରିବା ସହ ଅଭିଯୁକ୍ତ ଦୀପକଙ୍କୁ ୭ ଦିନ ରିମାଣ୍ଡରେ ନେଇଛି ସୁରତ ପୁଲିସ।

ସୂଚନାଯୋଗ୍ୟ, ଅଭିଯୁକ୍ତ ଦୀପକ ଖତ୍ରିଙ୍କ ନାମରେ ଓସ୍କାର କମ୍ପାନି ଏମ୍‌ଡି ଓ ସିଏମ୍‌ଡିଙ୍କଠାରୁ ପାଓ୍ଵାର ଅଫ୍‌ ଆଟର୍ଣ୍ଣି ନେଇ କମ୍ପାନିର ସଂପତ୍ତି ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ସେ ନିଜେ ସେହି ଟଙ୍କା ହଡ଼ପ କରି ନେଇଥିଲେ। ସୁରତ ଅଞ୍ଚଳରେ ରହୁଥିବା ଶହ ଶହ ଓଡ଼ିଆଙ୍କୁ ଏହି କମ୍ପାନି ଠକି ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଓସ୍କାର ଚିଟଫଣ୍ଡ ଠକେଇ ମାମଲା ସାମ୍ନାକୁ ଆସିବା ପରେପରେ ଅଭିଯୁକ୍ତ ଖତ୍ରି ପୁଲିସ ଆଖିରେ ଧୂଳି ଦେଇ କେଉଁଆଡେ ଫେରାର ହୋଇ ଯାଇଥିଲେ। ଅନେକ ଦିନ ହେବ ଫେରାର ରହିଥିବା ପରେ ଆଜି ପାଟଣାସ୍ଥିତ ତାଙ୍କ ଘରୁ ଅଭିଯୁକ୍ତ ଦୀପକ ଖତ୍ରିଙ୍କୁ ସୁରତ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର