ଓସ୍କାର ଚିଟ୍‌ଫଣ୍ଡ: ଅବନୀ ପଟ୍ଟନାୟକଙ୍କ ଜାମିନ ପୁଣି ଖାରଜ

କଟକ : ଓସ୍କାର ଗ୍ରୁପ୍‌ ଠକେଇ ମାମଲାରେ ଗ୍ରୁପ୍‌ ନିର୍ଦ୍ଦେଶକ ତଥା ଓସ୍କାର କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ ସଭାପତି ଅବନୀକାନ୍ତ ପଟ୍ଟନାୟକଙ୍କ ଜାମିନ ଆବେଦନକୁ କଟକ ସ୍ୱତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ପୂର୍ବରୁ ଗତବର୍ଷ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଓସ୍କାର ଠକେଇ ମାମଲାରେ ୨୦୧୫, ଏପ୍ରିଲ ୧୦ରେ କ୍ରାଇମବ୍ରାଞ୍ଚ ଏତଲା ରୁଜୁ କରି ପ୍ରଥମେ ନିର୍ଦ୍ଦେଶକ ମୁନା ପାତ୍ରଙ୍କୁ ଗିରଫ କରିଥିଲା। ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ୨୦୧୬, ଜୁନ୍‌ ୧୦ରେ ନୂଆଦିଲ୍ଲୀରୁ ଓ ଶ୍ରୀ ପଟ୍ଟନାୟକଙ୍କୁ ଜୁନ୍‌ ୧୫ରେ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର