ଜୟପୁର: ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଓଏସ୍‌ଡି ପ୍ରଫେସର ଦେବୀପ୍ରସାଦ ମିଶ୍ର ଦେଶର ଶ୍ରେଷ୍ଠ ୧୦ ପ୍ରଫେସର ତାଲିକାରେ ସ୍ଥାନ ପାଇଛନ୍ତି। କାଇଟୁକ୍ରାଫ୍ଟ ପ୍ରଡକ୍ସନ୍ ଏଲ୍‌ଏପି ପକ୍ଷରୁ ୨୦୨୪ ଫେବ୍ରୁଆରି ଲାଗି ଏହି ତାଲିକା ପ୍ରକାଶ ପାଇଛି। ଶିକ୍ଷାକ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ସହ ମୋଟ ୧୦ ଜଣ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଦୀର୍ଘ ବର୍ଷର ଶିକ୍ଷାଦାନ ପ୍ରଣାଳୀ, ଅଭିଜ୍ଞତା ଏବଂ ବିଶେଷ ଜ୍ଞାନ ଛାତ୍ର ଛାତ୍ରୀଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଛି।

Advertisment

ଏ ସମ୍ପର୍କରେ ଜଣାପଡିବା ପରେ ବିଶ୍ଵବିଦ୍ୟାଳୟ କୁଳସଚିବ ରଞ୍ଜନ କୁମାର ପ୍ରଧାନ, ପିଜି କାଉନସିଲ୍ ଚେୟାରପର୍ସନ ଡ.କିଚକଚନ୍ଦ୍ର ଜେନା, ଶିକ୍ଷାବିଭାଗ ମୁଖ୍ୟ ଡ.ମନୋରଂଜନ ପ୍ରଧାନ, ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ଡ.ଲକ୍ଷ୍ମଣ ପାତ୍ରଙ୍କ ସହ ଅନ୍ୟ ଅଧ୍ୟାପକ, କର୍ମଚାରୀ ଓ ପୂର୍ବତନ ଛାତ୍ରମାନେ ଓଏସ୍‌ଡିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

publive-image

ସୂଚନାଥାଉକି, ପ୍ରଫେସର ମିଶ୍ର ୧୯୬୧ରେ ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଜନ୍ମ ଗ୍ରହଣ କରିଥିଲେ। ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରୁ ଡିଗ୍ରୀ, ଭଞ୍ଜ ବିହାରରୁ ପିଜି ଏବଂ ପିଏଚ୍‌ଡି କରିଥିଲେ। ୨୦୦୫ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ କାମ କରିଥିଲେ। ସେଠାରୁ ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଯୋଗଦେଇଥିଲେ। ୩୧ ବର୍ଷର ଅଭିଜ୍ଞତା ମଧ୍ୟରେ ସେ ୧୨ଟି ବହି, ୧୨୫ଟି ଗବେଷଣାତ୍ମକ ଆର୍ଟିକିଲ୍ ପ୍ରକାଶ କରିଛନ୍ତି। ୨୮ ଜଣଙ୍କୁ ପିଏଚ୍‌ଡି ଲାଗି ଦିଗଦର୍ଶନ ଦେଇଛନ୍ତି। ୨୦୨୩ରେ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଘୋଷଣା ପରେ ରାଜ୍ୟସରକାର ତାଙ୍କୁ ସ୍ବତନ୍ତ୍ର ଭାବେ  ଓଏସ୍‌ ଡି ନିଯୁକ୍ତି ଦେଇଛନ୍ତି। ସେ ଏଠାରେ ଯୋଗଦେବା ପରେ ବିଶ୍ବବିଦ୍ୟାଳୟ ଅଧିନକୁ ଅବିଭକ୍ତ କୋରାପୁଟଜିଲ୍ଲାର ସମସ୍ତ ମହବିଦ୍ୟାଳୟକୁ ଆଣିବା ସହ ନୂଆ ରୁପରେଖ ଦେବା ପ୍ରୟାସ ଜାରି ରଖିଛନ୍ତି।