ବହି ନ ପଢି ଓ କଲେଜ ନ ଯାଇ ବି କ୍ୟାରିୟରରେ ରଖିହେବ ସର୍ବାଧିକ ମାର୍କ, ଓଏସଓୟୁ ଆରମ୍ଭ କରୁଛି ନୂଆ ପାଠ୍ୟକ୍ରମ

ସମ୍ବଲପୁର: ଦେଶ, ବିଦେଶ ଯେଉଁଠି ବି ଥାଆନ୍ତୁ ନା କାହିଁକି ଏବେ ଆପଣଙ୍କ ସାମ୍ନାରେ ମଧ୍ୟ ଆପଣ ସିଧାସଳଖ ଅଧ୍ୟାପକଙ୍କୁ ଦେଖିପାରିବେ ଓ ପାଠ ପଢିପାରିବେ | ଆପଣଙ୍କ ପ୍ରିୟ ବିଷୟର ବହି ନଥିଲେ ବି ଆପଣ ସହଜରେ ଅନଲାଇନ ମାଧ୍ୟମରେ ପଢିପାରିବେ | କିଛି ଏଭଳି ବ୍ୟବସ୍ଥା ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ | ତେବେ ଅନଲାଇନ ଶିକ୍ଷା କିଭଳି ସୁଦୂର ପ୍ରସାରୀ ହୋଇପାରିବ ସେ ନେଇ ଯୋଜନା ଆରମ୍ଭ କରିଛି ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ବା ଓଏସଓୟୁ | ଦିନକୁ ଦିନ ଶିକ୍ଷା ପଦ୍ଧତି ଓ ମୂଲ୍ୟବୋଧକୁ ଦେଖି ଦୁରାନ୍ତର ଶିକ୍ଷାର ଚାହିଦା ବଢୁଥିବାବେଳେ ଓଏସଓୟୁ ମଧ୍ୟ ଏହି ଦିଗରେ ପାଦ ଥାପିବାକୁ ଯୋଜନା ପ୍ରସ୍ତୁତ କରିଛି |

ଏଥିପାଇଁ ‘ଅନଲାଇନ ଆଣ୍ଡ ବ୍ଲେଣ୍ଡେଡ କୋର୍ସ’ ନାମରେ ଏକ କର୍ମଶାଳାର ଆୟୋଜିତ ହୋଇଯାଇଛି | ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ,ଜାଭିୟର ବିଶ୍ୱବିଦ୍ୟାଳୟ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ | ବିଶେଷ କରି ଅନଲାଇନ କୋର୍ସ, ପାଠ୍ୟପୁସ୍ତକର ସଫ୍ଟ କପି, ଭିଡିଓ ଲେକଚର,ସାପ୍ତାହିକ ଆସାଇନମେଣ୍ଟ ସହ ଆପଣ କେବଳ କମ୍ପ୍ୟୁଟର ସାମ୍ନାରେ ବସି ଗ୍ରୁପ ଡିସ୍କସନରେ ମଧ୍ୟ ଭାଗ ନେଇପାରିବେ |

ଆପଣ କେବଳ କମ୍ପ୍ୟୁଟରର ଗୋଟିଏ କ୍ଲିକରେ ଶିକ୍ଷାର ସମସ୍ତ ଜ୍ଞାନକୁ ଆହରଣ କରିବା ସହ ପରୀକ୍ଷା ମଧ୍ୟ ଦେଇପାରିବେ | ଏଥିପାଇଁ ଆପଣଙ୍କୁ କଲେଜକୁ ନ ଯାଇ କେବଳ କମ୍ପ୍ୟୁଟରରେ ପରୀକ୍ଷା ଦେଇପାରିବେ | କମନ ୱେଲଥ ଅଫ ଲର୍ଣ୍ଣିଙ୍ଗ, କାନାଡ଼ା ଓ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ପକ୍ଷରୁ କିଛି ଏଭଳି ପାଠ୍ୟକ୍ରମ ବାବଦରେ ଏବେ ଯୋଜନା କରାଯାଉଛି | ଏହି କର୍ମଶାଳାରେ ଓଏସଓୟୁର କୁଳପତି ଡ.ଶ୍ରୀକାନ୍ତ ମହାପାତ୍ର ଓ କୁଳସଚିବ ଡ ମାନସ ରଞ୍ଜନ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ |

 

ସମ୍ବନ୍ଧିତ ଖବର