ଓଏସଆରଟିସି ପକ୍ଷରୁ ନବରାତ୍ରୀ ଅଫର : ଅନଲାଇନ ବୁକିଂ ଉପରେ ୨୦% ରିହାତି

ଭୁବନେଶ୍ୱର : ଆସନ୍ତା ଦଶହରା ପାର୍ବଣ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସଆରଟିସି) ପକ୍ଷରୁ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ନବରାତ୍ରୀ ସମୟରେ ଅନଲାଇନରେ ଟିକେଟ ବୁକିଂ କଲେ ନିଗମ ପକ୍ଷରୁ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି ।

 

ଏହି ରିହାତି ନିଗମର ସବୁ ପ୍ରକାରର ବସ ସେବାରେ ଉପଲବ୍ଧ ହେବ । ଏହାଛଡା ଓଏସଆରଟିସିର ରାଜଧାନୀ ଓ ଭଲବୋ ବସ ସର୍ଭିସରେ ମାଗଣା ପାଣିବୋତଲ, ଓ୍ଵାଇଫାଇ ଓ ଚାର୍ଜିଂ ପଏଣ୍ଟ ପ୍ରଦାନ କରାଯାଉଛି । ଏ ସଂପର୍କରେ ଓଏସଆରଟିସି ପକ୍ଷରୁ ଟ୍ଵିଟ କରି ଘୋଷଣା କରାଯାଇଛି । ଯାତ୍ରୀମାନେ ଓଏସଆରଟିସିର େଓ୍ଵବସାଇଟ କିମ୍ବା ବସଇଣ୍ଡିଆର ଏହି ଲିଙ୍କ କ୍ଲିକ କରି ଟିକେଟ ବୁକ କରିପାରିବେ । ତେବେ କେତେ ତାରିଖରୁ ଏହି ଅଫର ଆରମ୍ଭ ହେବ ଓ କେତେ ତାରିଖରେ ଶେଷ ହେବ ସେ ସଂପର୍କରେ ନିଗମ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର