ସମ୍ବଲପୁର: ଶୁକ୍ରବାର ଠାରୁ ପ୍ରଥମ କରି ସମ୍ବଲପୁରରୁ ବାଲେଶ୍ବରକୁ ଓଏସ୍ଆର୍ସିଟିସିର ନୂତନ ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ୨ଟି ଏସି ଡିଲକ୍ସ ବସ୍ ଏହି ରୁଟ୍ରେ ଗଡ଼ିବ ବୋଲି ସମ୍ବଲପୁର ପରିବହନ ଅଧିକାରୀ ଶାନ୍ତନୁ କୁମାର ମିଶ୍ର ସୂଚନା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୭ଟାରେ ପ୍ରଥମ ବସ୍ ସମ୍ବଲପୁର ଛାଡ଼ି ଶନିବାର ସକାଳେ ବାଲେଶ୍ବର ପହଞ୍ଚିବ। ତେବେ ବାଲେଶ୍ବରରୁ ବସ୍ଟି ପୁଣିଥରେ ସନ୍ଧ୍ୟା ୭ଟା ୫୦ରେ ସମ୍ବଲପୁର ଅଭିମୁଖେ ବାହାରିବ। ସମ୍ବଲପୁରରୁ ଭାୟା ଦେବଗଡ଼, କେନ୍ଦୁଝର ଓ ବାରିପଦା ଦେଇ ବସ୍ ଚଳାଚଳ କରିବ ବୋଲି ସେ କହିଛନ୍ତି। ୨ଟି ବସ୍ ଉଭୟ ସମ୍ବଲପୁର ଓ ବାଲେଶ୍ବରରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଚଳାଚଳ କରିବ।
କାଲିଠାରୁ ସମ୍ବଲପୁରରୁ ବାଲେଶ୍ବରକୁ ଓଏସ୍ଆରଟିସିର ବସ୍ସେବା
/sambad/media/post_attachments/wp-content/uploads/2022/08/50f3e38b-c497-486a-b0a5-5d63986dca8a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)