ମଙ୍ଗଳବାରଠାରୁ ୪୩ଟି ରୁଟରେ ଚଳାଚଳ କରିବ ଓଏସଆରଟିସି ବସ

ଭୁବନେଶ୍ବର : ମଙ୍ଗଳବାରଠାରୁ ୪୩ଟି ରୁଟରେ ଚଳାଚଳ କରିବ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ବସ । ଏହି ରୁଟ୍ ଗୁଡ଼ିକ ମୁଖ୍ୟତଃ କ୍ୟାଟେଗୋରୀ-ଏରେ ଥିବା ଜିଲ୍ଲାଗୁଡ଼ିକରେ ଅବସ୍ଥିତ । ବସଗୁଡ଼ିକ ଓଏସଆରଟିସିର ୧୬ଟି ଡିପୋରୁ ଚଳାଚଳ କରିବ ବୋଲି ଓଏସଆରଟିସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

 

ଏସବୁ ବସଗୁଡ଼ିକରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ । ବସ ଗୁଡ଼ିକର କେବଳ ବସିବା କ୍ଷମତା ଅନୁସାରେ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ମାସ୍କ ପିନ୍ଧିନଥିବା ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ।

ଗତ ଜୁନ ୩୦ ତାରିଖରେ ରାଜ୍ୟ ସରକାର ସଂକ୍ରମଣ କମିଥିବା ୨୦ଟି ଜିଲ୍ଲାରେ କଟକଣାକୁ କୋହଳ କରିଥିଲେ । ଏହା ସହିତ ସେସବୁ ଜିଲ୍ଲାଗୁଡ଼ିରେ ବସ, ଅଟୋ ଓ ଟାକ୍ସି ପରିବହନକୁ ଅନୁମତି ଦେଇଥିଲେ ।

ଅନ୍ୟପକ୍ଷରେ  କ୍ୟାଟେଗୋରୀ-ବିରେ ଥିବା ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣ କମୁନଥିବାରୁ ସେଠାରେ ବସ ଚଳାଚଳକୁ ଅନୁମତି ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର