ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ବସ୍ ସେବା ଆଜିଠାରୁ ଆରମ୍ଭ ହେବ। କୋଭିଡ ସଂକ୍ରମଣ କମ୍ ଥିବା ଜିଲ୍ଲାର(କାଟାଗୋରି-ଏ) ୪୩ଟି ରୁଟ୍ରେ ବସ୍ ଚାଲିବ। ବସ୍ ଚଳାଚଳ ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସିଟ୍ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ନିଆଯିବ ନାହିଁ। ସବୁ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହା ସହ ସାନିଟାଇଜର୍ ବ୍ୟବସ୍ଥା ଓ ସାମାଜିକ ଦୂରତା ରକ୍ଷା କରାଯିବ ବୋଲି ଓଏସ୍ଆର୍ଟିସି ପକ୍ଷରୁ ସୂଚନା ଦିଆଯାଇଛି।