ସୁନ୍ଦରଗଡ଼: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଅମରେଶ ମହାନ୍ତିଙ୍କର ମୃତ୍ୟୁ ହୋଇଛି। ବୁଧବାର ପୂର୍ବାହ୍ନ ୧୦ଟା ୪୫ରେ ସୁନ୍ଦରଗଡ଼ ସଦର ଥାନା ଫଗୁଆପଡ଼ା ନିକଟ ବିଜୁ ଏକ୍ସପ୍ରେସ୍ ୱେ ରାସ୍ତାର ଅନ୍ୟପାର୍ଶ୍ବକୁ ଲକ୍ଷ୍ମୀ ବସ୍କୁ ଅତର୍କିତ ଯାଞ୍ଚ ପାଇଁ ସେ ଚାଲି ଚାଲି ପାର ହେଉଥିବା ସମୟରେ ରାଉରକେଲା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେଲର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସଡ଼କ ମରାମତି କାର୍ଯ୍ୟ ଯୋଗୁ ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ୍ ୱେର ବାମପଟ ରାସ୍ତାକୁ ବନ୍ଦ କରି ଦିଆଯାଇଥିବାରୁ ଡାହାଣ ପଟ ରାସ୍ତାରେ ସମସ୍ତ ଗାଡ଼ି ଯାତାୟାତ କରୁଥିଲା। ସେ ନିଜ ଟିମ୍ ସହ ଫଗୁଆପଡ଼ା ନିକଟରେ ପହଞ୍ଚିବା ପରେ ଗାଡ଼ିରୁ ଏକା ଓହ୍ଲାଇ ରାସ୍ତାର ଅନ୍ୟପାର୍ଶ୍ବକୁ ଯାଉଥିବାବେଳେ ଟ୍ରେଲର୍ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରେଲର୍ ଫେରାର୍ ହୋଇଯାଇଥିବାବେଳେ ସହକର୍ମୀମାନେ ଶ୍ରୀ ମହାନ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଦର ଥାନା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ସ୍ବର୍ଗତ ମହାନ୍ତିଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗରପୁର ଗାଁରେ ହୋଇଥିବାବେଳେ ତାଙ୍କ ପରିବାର କଟକ ସିଡିଏ ସେକ୍ଟର ୬ସ୍ଥିତ ବାସଭବନରେ ରହୁଛନ୍ତି।
Manager passes away: ଓଏସ୍ଆର୍ଟିସି ଜିଲ୍ଲା ପରିଚାଳକ ମୃତ
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଅମରେଶ ମହାନ୍ତିଙ୍କର ମୃତ୍ୟୁ ହୋଇଛି। ବୁଧବାର ପୂର୍ବାହ୍ନ ୧୦ଟା ୪୫ରେ ସୁନ୍ଦରଗଡ଼ ସଦର....
/sambad/media/media_files/2025/11/20/untitled-8-2025-11-20-06-05-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)