ଓଏସ୍‌ଏସ୍‌ସି ଚାକିରି ବିକ୍ରି ଅଭିଯୋଗ: ବିଜେପିର ବିକ୍ଷୋଭ, ମୁଖ୍ୟମନ୍ତ୍ରୀ କୁଶପୁତ୍ତଳିକା ଦାହ

ବଲାଙ୍ଗୀର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନରେ ଚାକିରି ବିକ୍ରି ହୋଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତିଳିକା ଦାହ କରିଥିଲେ। ନିଯୁକ୍ତି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଥିଲା। ରାଜ୍ୟ ସରକାର ୫-ଟି ନାରା ଦେଉଥିବା ବେଳେ ଏବେ ସବୁ କ୍ଷେତ୍ରରେ ଦୁର୍ନୀତି ସୀମା ଟପିଲାଣି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା।

ପାଟଣାଗଡ଼: ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ଯାଇ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଉପସଭାପତି ଶୈଳବାଳା ବାଗ, ନଗର ସଭାପତି ସୁଶାନ୍ତ ମହାନ୍ତି, ଜିଲ୍ଲା ‌ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ଦାସ, ପୂର୍ବ ଜିଲ୍ଲା ସଭାପତି ଓମ୍‌ ପ୍ରକାଶ ଯୋଶୀ, ନନ୍ଦନ ଠାକୁର, ମୁନା ଠାକୁର, ମାଧବ ସାଏ, ସନ୍ତୋଷ ମେହେର, ମାଣିକ୍ୟ ସାହୁ ପ୍ରମୁଖ ସାମିଲଥିଲେ।

ଟିଟିଲାଗଡ଼: ଟିଟିଲାଗଡ଼ରେ ବିଜେପି ଓ ଯୁବମୋର୍ଚ୍ଚା ପକ୍ଷରୁ ବିଜେପି ନେତା ମହେନ୍ଦ୍ର ଠାକୁର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ନରସିଂହ ସିଂହଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପବିତ୍ର ସାହୁ, ଲିଙ୍ଗରାଜ ନାୟକ, ବିଶ୍ୱଜିତ ଦାଶ, ଗୁଲାବ ସୋନି, ଧୁବଲେ ପୋଢ଼, ସଞ୍ଜୟ ତ୍ରିପାଠୀ, ଟିତୁ ରଣା, ରଶ୍ମି ରଞ୍ଜନ ଖମାରୀ ପ୍ରମୁଖ ରହିଥିଲେ।

ସମ୍ବନ୍ଧିତ ଖବର