ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକସନ କମିସନରେ ନିଯୁକ୍ତି ଦୁର୍ନୀତି ମାମଲାରେ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସର ଜେରା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡିଛି । ନିଯୁକ୍ତି ପାଇଁ ଲାଞ୍ଚ ନେଉଥିବା କଥା ବିରଞ୍ଚି ସାହୁ ସ୍ୱୀକାର କରିଛନ୍ତି । କିନ୍ତୁ ସେ ଏକା ଏହି ଟଙ୍କା ନେଉନଥିଲେ ବୋଲି ଭିଜିଲାନ୍ସକୁ କହିଥିବା ଜଣାପଡିଛି ।

Advertisment

ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜେରା ସମୟରେ ବିରଞ୍ଚି ଭିଜିଲାନ୍ସ ଅଧିକାରୀମାନଙ୍କୁ ପ୍ରଥମେ କିଛି ସ୍ପଷ୍ଟ ଭାବରେ କହୁନଥିଲେ, କିନ୍ତୁ ପରେ ସେ ଧୀରେ ଧୀରେ କହିବା ଆରମ୍ଭ କରିଥିଲେ। କେଉଁମାନେ ଏ ଲାଞ୍ଚି ଟଙ୍କାରେ ଭାଗ ନିଅନ୍ତି ସେମାନଙ୍କର ନାଁ କହିଥିବା ଜଣାପଡିଛି । କିନ୍ତୁ ଭିଜିଲାନ୍ସ ଅଧିକାରୀମାନଙ୍କୁ ଏ ନେଇ ଗଣମାଧ୍ୟମକୁ କୌଣସି ତଥ୍ୟ ଦେବାକୁ ମନା କରାଯାଇଛି । କାରଣ ବିରଞ୍ଚି ଷ୍ଟାଫ ସିଲେକସନ କମିସନ କାର୍ଯ୍ୟାଳୟରେ ଯେତେ ପ୍ରକାର ଅନୈତିକ ଓ ଲାଞ୍ଚ ସମ୍ପର୍କିତ କାରବାର ହୁଏ ସେ ନେଇ ପୂରା ତଥ୍ୟ କହିଥିବା ଜଣାପଡ଼ିଛି ।

ସବୁଠାରୁ ବଡ଼ କଥା ହେଲା ସେ ୨୫ରୁ ଅଧିକ ବର୍ଷ ଧରି ସେହି ଷ୍ଟାଫ ସିଲେକସନ କମିସନ କାର୍ଯ୍ୟାଳୟରେ କାମ କରୁଛନ୍ତି । ତେଣୁ ନିଯୁକ୍ତିକୁ ନେଇ ଯେତେ ପ୍ରକାର ଦୁର୍ନୀତି ହୁଏ ସବୁଥିରେ ବିରଞ୍ଚି ଭାଗିଦାର ଥାନ୍ତି ଏବଂ ସବୁ ଲାଞ୍ଚ କାରବାରର ଏକ ପ୍ରକାର ମାଷ୍ଟରମାଇଣ୍ଡ ଭାବେ କାମକରନ୍ତି ।