୧୬ଦିନ ହେବ ଓଏସ୍‌ଏସ୍‌ଏସ୍‌ସି ୱେବସାଇଟ୍ ଅଚଳ, ଆର୍‌ଆଇ ଓ ଏଆର୍‌ଆଇ ପଦ ପାଇଁ ଚାକିରି ଆବେଦନ କରିପାରିଲେନି ଛାତ୍ରଛାତ୍ରୀ

ଭୁବନେଶ୍ବର : ଗତ ୧୩ଦିନ ହେବ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗର ଅଫିସିଆଲ୍ ୱେବସାଇଟ୍ ଅଚଳ ହୋଇଯାଇଛି। ଏ ପର୍ଯ୍ୟନ୍ତ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ୫ଟି ମୋ ସରକାର ସଚିବ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଭିଯୋଗ ମଧ୍ୟ କରାଯାଇଛି। ହେଲେ ପଦକ୍ଷେପ କିନ୍ତୁ ଶୂନ। ଯେଉଁଭଳି ପୂର୍ବରୁ ୱେବସାଇଟ୍ ଖୋଲୁନଥିଲା ସେହି ସମସ୍ୟା ଲାଗିରହୁଛି।

‘ଆଉ କେତେ ଶୋଇବ ସରକାର? ଶୀଘ୍ର ସମସ୍ୟାର ସମାଧାନ କରିବା ସହିତ ଆର୍‌ଆଇ ଓ ଏଆର୍‌ଆଇ ପଦର ଚାକିରି ପାଇଁ ତାରିଖ ଘୁଞ୍ଚାନ୍ତୁ।’ ଏହିଭଳି ଟ୍ବିଟ୍ କରି ଜଣେ ଛାତ୍ର ଟ୍ବିଟର୍‌ ଓଏସ୍‌ଏସ୍‌ଏସ୍‌ସି ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ନୁହେଁ, ଅନେକ ଛାତ୍ରଛାତ୍ରୀ ଏଭଳି ଟ୍ବିଟ୍ କରି ବିଭିନ୍ନ ସ୍ତରରେ ସମସ୍ୟା ବିଷୟରେ ପ୍ରଶାସନକୁ ଅବଗତ କରିଛନ୍ତି।

ବଡ଼ କଥା ହେଉଛି; ଚଳିତ ବର୍ଷ ୨୨ଜୁନ୍‌ରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ଆର୍‌ଆଇ ଓ ଏଆର୍‌ଆଇ ପାଇଁ ବିଭିନ୍ନ ଜିଲ୍ଲାରେ ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା। ଅନଲାଇନ୍ ପଂଜୀକରଣ ଓ ଟଙ୍କା ଦେବା ପାଇଁ ପାଇଁ ୨୩ଜୁଲାଇ ଶେଷ ତାରିଖ ଥିବା ବେଳେ ୩୦ ଜୁଲାଇ ଫର୍ମ ଦାଖଲର ଶେଷ ସମୟ ଥିଲା। ହେଲେ ପଂଜୀକରଣ ତାରିଖ ସମୟ ବାହାରକୁ ଗଡ଼ିଯାଇଥିବାରୁ ଆଉ ଚାକିରି ପାଇଁ ଆବେଦନ ସମ୍ଭବ ନୁହେଁ ବୋଲି ଅଭିଯୋଗ ହୋଇଛି। ଅପରପକ୍ଷରେ ଏ ନେଇ ଓଏସ୍‌ଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ସମ୍ବନ୍ଧିତ ଖବର