୧୦ରେ ପ୍ରକାଶ ପାଇବ ଓଷ୍ଟା ଟେଷ୍ଟ ପେପର୍‌ସ

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ଉଭୟ ଦୀର୍ଘଉତ୍ତର ମୂଳକ ଓ ବସ୍ତୁନିଷ୍ଠ ଟେଷ୍ଟ ପେପର୍‌ସ ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ। ଏଥିସହ ପ୍ରଥମ ଥର ପାଇଁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଇଂରାଜୀ ଓ ଓଡ଼ିଆ ବିଷୟର ଟେଷ୍ଟ ପେପର୍‌ସ ମ ବିକ୍ରୟ ଆରମ୍ଭ ହେବ। ଖୁବ୍‌ଶୀଘ୍ର ନବମ ଶ୍ରେଣୀର ଟେଷ୍ଟ ପେପର୍‌ସ ମଧ୍ୟ ପ୍ରକାଶ କରାଯିବ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର