ଭୁବନେଶ୍ବର : ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ବୋର୍ଡ ପରୀକ୍ଷା ଓ ଏହାର ମୂଲ୍ୟାଙ୍କନ ପଦ୍ଧତିକୁ ବିରୋଧ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା । ଏଥର ବୋର୍ଡ ପକ୍ଷରୁ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଓ ୪ଟି ଗଠନମୂଳକ ମୂଲ୍ୟାଙ୍କନ ପାଇଁ ନିର୍ଦ୍ଧାରଣ କରାଯାଇଛି । ପ୍ରଥମେ ପରୀକ୍ଷାର୍ଥୀ ୬ ମାସରେ ଅଧା ବିଷୟରେ ବୋର୍ଡ ପରୀକ୍ଷା ଦେବେ ଓ ଶେଷରେ ସଂପୂର୍ଣ୍ଣ ବିଷୟରେ ପରୀକ୍ଷା ଦେବେ । ଏହାକୁ ଓଷ୍ଟା ବିରୋଧ କରିଛି । ଏହା ଶିକ୍ଷାର୍ଥୀଙ୍କ ଉପରେ ଅଧିକ ବୋଝ ଭଳି ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବୋର୍ଡ ଏପରି ନକରି କଲେଜରେ ହେଉଥିବା ସେମିଷ୍ଟର ବ୍ୟବସ୍ଥାକୁ ଲାଗୁ କରୁ ଆଉ ପ୍ରତି ୬ ମାସରେ ପରୀକ୍ଷା କରି ଶେଷରେ ତାହାକୁ ଯୋଡ଼ି ଫଳ ପ୍ରକାଶ କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ବୋର୍ଡ ପରୀକ୍ଷା ଓ ମୂଲ୍ୟାଙ୍କନ ପଦ୍ଧତିକୁ ଓଷ୍ଟାର ବିରୋଧ
/sambad/media/post_attachments/wp-content/uploads/2021/10/WhatsApp-Image-2021-10-25-at-18.34.14.jpeg)