ନୂଆପଡ଼ା: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ନୂଆପଡ଼ା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ୍ ଘେରାଉ କରାଯାଇଛି। ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶାରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କୁ ସପ୍ତମ ବେତନ ପ୍ରଦାନ ନାମରେ ଯେଉଁ ନୂତନ ଅନୁଦାନ ନୀତି-୨୦୨୧ ପ୍ରଣୟନ କରାଗଲା ଏବଂ ତାକୁ ଲାଗୁ କରିବା ପାଇଁ ୧୩.୫.୨୦୨୨ରେ ଯେଉଁ ପଦ୍ଧତି ନିର୍ଦ୍ଧାରଣ କରାଗଲା ତାହା ବହୁ ଶିକ୍ଷକ ଓ କର୍ମଚାରୀଙ୍କୁ ନିରାଶ କରିଛି।
୨୦୧୭ ଅନୁଦାନ ଆଇନ୍ରେ ପର୍ଯ୍ୟବସିତ ବାର୍ଷିକ ଦରମା ବୃଦ୍ଧି, ଯାହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସର୍ବୋଚ୍ଚ ଅଦାଲତରେ ଆଫିଡେଭିଟ୍ କରି ଦାଖଲ କରିଛନ୍ତି ତାହାର ମଧ୍ୟ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି। ଉକ୍ତ ୨୦୧୭ ଅନୁଦାନ ଆଇନକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲାବେଳେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ଅନୁଦାନ ଆଇନ୍ ପୁନଃ ପ୍ରଚଳନ କରାଗଲା ବୋଲି ଘୋଷଣା କରିଥିଲେ। ୧.୧.୨୦୨୨ରୁ ସିଧାସଳଖ ଭାବେ ମଧ୍ୟ ସପ୍ତମ ବେତନ ନଦେଇ ୧.୧.୨୦୧୮ରୁ ୧.୧.୨୦୨୨ ପର୍ଯ୍ୟନ୍ତ ନେସନାଲ୍ ଭାବେ ପ୍ରଦାନ କରି ଉଦ୍ଦେଶ୍ୟମୂଳକ ଭାବେ ଆମକୁ ବେତନରୁ ବଞ୍ଚିତ କରାଯାଉଛି। ସପ୍ତମ ବେତନ ପ୍ରଦାନ ନାମରେ ଏହା ଓଡ଼ିଶାର ଶିକ୍ଷକ ଶିକ୍ଷାକର୍ମୀଙ୍କୁ ଏକ ଉପହାସ ବୋଲି କ୍ଷୋଭ ପ୍ରକାଶ କରି ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ସଂଘ ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀ, ପ୍ରଦୀପ ଯୋଷୀ, ସୁବାସ ଚନ୍ଦ୍ର ସାହୁ, ଭରତ ବେହେରା, ପ୍ରଦୀପ ଭୋଇ, ଭୋଜରାଜ ହଂସ, ଆଦମ ପାଣ୍ଡେ, ପ୍ରଫୁଲ୍ଲ ମହାରଣା, ତପନ ବହିଦାର, ଅନିରୁଦ୍ଧ ପଣ୍ଡା, ଦେବାନନ୍ଦ ବେହେରା, ଦେବେନ୍ଦ୍ର ରଣା ପ୍ରମୁଖ ବହୁ ଶିକ୍ଷକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/25-12.jpg)